ଆଜି ସ୍ୱତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଗସ୍ତରେ ଯିବେ ମହାମହିମ ରାଷ୍ଟ୍ରପତି
ଭୁବନେଶ୍ୱର : ଗତକାଲି ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତିଙ୍କ ଗସ୍ତରେ ୨ୟ ଦିନରେ 'ମହାରାଜା ଏକ୍ସପ୍ରେସ୍'ରେ ବ୍ରହ୍ମପୁର ଗସ୍ତ କରିଛନ୍ତି । ଏଥିପାଇଁ ନୂଆଦିଲ୍ଲୀରୁ ୨ଟି ସ୍ପେଶାଲ ଟ୍ରେନ ଆସି ଭୁବନେଶ୍ୱର ରେଳଷ୍ଟେସନ ରେ ପହଞ୍ଚିଛି । ରାଷ୍ଟ୍ରପତିଙ୍କ ଟ୍ରେନ କୁ ୨ଟି ଟ୍ରେନ ପାଇଲଟ କରି ନେବ । ଭୁବନେଶ୍ୱରରୁ ବ୍ରହ୍ମପୁର ପହଞ୍ଚିବାକୁ ପ୍ରାୟ ୨ ଘଣ୍ଟା ୧୦ ମିନିଟ୍ ସମୟ ଲାଗିବ । ଟ୍ରେନ ଚଳାଚଳ ସମୟରେ ସେହି ରୁଟ୍ରେ ଅନ୍ୟ କୌଣସି ଟ୍ରେନକୁ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ । ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା କରାଯାଇଛି ।

ଚିଲିକାର ସୁନ୍ଦରତାକୁ ଉପଭୋଗ କରି ସ୍ୱତନ୍ତ୍ର ଟ୍ରେନ୍ରେ ବ୍ରହ୍ମପୁରରେ ପହଞ୍ଚିବେ ମହାମହିମ । ସେଠାରେ ପହଞ୍ଚି କାର୍ରେ ତପ୍ତପାଣି ଯିବେ । ମା' କାନ୍ଧୁଣୀଙ୍କ ପାଖରେ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି । ମହାମହିମ ବ୍ରହ୍ମପୁର ଗସ୍ତ କରିଥିବା ସ୍ୱତନ୍ତ୍ର ଟ୍ରେନ୍ ମହାରାଜା ଏକ୍ସପ୍ରେସ୍ କିପରି ଭାବେ ସଜା ହୋଇଛି ଫଟୋରେ ଦେଖନ୍ତୁ ।




