ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି

ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ I  ଆସନ୍ତା ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି । ସେ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ବାହାରି ଦିନ ୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ରାଜଭବନ ଯିବେ । ମଧ୍ୟାହ୍ନ ବିରତି ପରେ ଅପରାହ୍ନ ୪ଟାରେ ରାଜଭବନସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସର ଗୃହ ଉଦ୍ଘାଟନ କରି ଅପରାହ୍ନ ୪ଟା ୨୦ ମିନିଟରେ ଓଡ଼ିଶା ବିଧାନସଭାରେ ପହଞ୍ଚିବେ ରାଷ୍ଟ୍ରପତି । ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟମାନଙ୍କୁ ରାଷ୍ଟ୍ରପତି ସମ୍ବୋଧିତ କରିବେ । ୨୭ ତାରିଖ ରାତିରେ ରାଷ୍ଟ୍ରପତି ରାଜଭବନରେ  ରାତ୍ରି ଜାପାନ କରି  ୨୮ ତାରିଖ ସକାଳ ୯ଟା ୩୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ଲକ୍ଷ୍ନୌ ଅଭିମୁଖେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଛି । 

Read More ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ

ସେହିପରି ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଝାରସୁଗୁଡା ବିମାନ ବନ୍ଦର ଦେଇ ଛତିଶଗଡ଼ ସରକାରଙ୍କ ଦ୍ୱାରା ‘ଜନ ଜାତୀୟ ଗୌରବ’ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ପୁଣି ଝାରସୁଗୁଡ଼ା ବିମାନବନ୍ଦର ଦେଇ ସେହିଦିନ ଅପରାହ୍ନ ୧ଟା ୪୫ ମିନିଟରେ ଆନ୍ଧ୍ରପ୍ରଦେଶ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।

Read More ଜନ୍ମଦିନ ପାର୍ଟିରୁ ନିଖୋଜ ଯୁବକଙ୍କ ମିଳିଲା ପତ୍ତା

draupadi-murmu15-1658745165
ନଭେମ୍ବର ୨୭ ତାରିଖରେ ମହାମହିମ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ
Tags: