୬ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି
ଭୁବନେଶ୍ୱର : ସୋମବାର ଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ଲୋକଭବନ ଯାଇ ରାତ୍ରିଯାପନ କରିବେ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୩ ତାରିଖ ସକାଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାୟୁସେନା ହେଲିକପ୍ଟର ଯୋଗେ ଯାଜପୁର ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେଲିପ୍ୟାଡ୍ରେ ଅବତରଣ କରିବେ। ସେଠାରୁ ୯.୫୦ ରେ ମା’ ବିରଜାଙ୍କ ଦର୍ଶନ ପାଇଁ ଯିବେ। ପ୍ରାୟ ଦେଢ଼ ଘଣ୍ଟା ଧରି ମନ୍ଦିରରେ ପୂଜାର୍ଚ୍ଚନା କରି ୧୦ଟାରେ ନାଭିଗୟାରେ ପହଞ୍ଚି ପିଣ୍ଡଦାନ କରିବେ। ସେଠାରୁ ବାହାରି ଅପରାହ୍ନ ୧୨ ଟା ୪୦ରେ ବାଲେଶ୍ବର ଫକୀର ମୋହନ ବିଶ୍ବ ବିଦ୍ଯାଳୟ ପହଞ୍ଚିବେ ରାଷ୍ଟ୍ରପତି । ବିଶ୍ବ ବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଅପରାହ୍ଣ ପ୍ରାୟ ୩ଟା ୫୦ରେ ପୁରୀ ଅଭିମୁଖେ ବାହାରିବେ। ସଂଧ୍ଯା ୬ଟା ସୁଦ୍ଧା ପୁରୀ ତାଳବଣିଆ ହେଲିପ୍ଯାଡରେ ପହଞ୍ଚି ପୁରୀ ଲୋକ ଭବନ ଯାଇ ରାତ୍ରୀଯାପନ କରିବେ । ୪ ତାରିଖରେ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ।
ଫେବ୍ରୁଆରି ୪ ତାରିଖ ସକାଳ ୯ଟାରେ ପୁରୀ ହେଲିପ୍ୟାଡ୍ରୁ ବାହାରି ପୂର୍ବାହ୍ଣ ୧୦ଟା ୪୦ରେ ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ହେଲିପ୍ୟାଡ୍ରେ ପହଞ୍ଚିବା ପରେ ମହୁଲଡିହାସ୍ଥିତ ହଲିଡେ ହୋମ୍ର ଉଦ୍ଘାଟନ କରିବେ । ରାଇରାଙ୍ଗପୁର ମହୁଲଡିହାସ୍ଥିତ ସରକାରୀ ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜବୀର ସୁନାରାମ ସୋରେନ୍ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ସେଠାରେ କ୍ରୀଡ଼ା କମ୍ପ୍ଲେକ୍ସ ଲୋକାର୍ପଣ ସହ ଭର୍ଚୁଆଲ୍ ମାଧ୍ୟମରେ ରାଜ୍ୟର ଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ । ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଅପରାହ୍ଣରେ ଭୁବନେଶ୍ବର ଫେରିବା ସହ ହୋଟେଲ ମେ’ ଫେୟାରରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ୭ ତାରିଖ ସକାଳୁ ଭୁବନେଶ୍ବରରୁ ଛତିଶଗଡ଼ ଅଭିମୁଖେ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଯାତ୍ରା କରିବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।
ଫେବ୍ରୁଆରି ୪ ତାରିଖ ସକାଳ ୯ଟାରେ ପୁରୀ ହେଲିପ୍ୟାଡ୍ରୁ ବାହାରି ପୂର୍ବାହ୍ଣ ୧୦ଟା ୪୦ରେ ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ହେଲିପ୍ୟାଡ୍ରେ ପହଞ୍ଚିବା ପରେ ମହୁଲଡିହାସ୍ଥିତ ହଲିଡେ ହୋମ୍ର ଉଦ୍ଘାଟନ କରିବେ। ରାଇରାଙ୍ଗପୁର ମହୁଲଡିହାସ୍ଥିତ ସରକାରୀ ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜବୀର ସୁନାରାମ ସୋରେନ୍ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ସେଠାରେ କ୍ରୀଡ଼ା କମ୍ପ୍ଲେକ୍ସ ଲୋକାର୍ପଣ ସହ ଭର୍ଚୁଆଲ୍ ମାଧ୍ୟମରେ ରାଜ୍ୟର ଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ। ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଅପରାହ୍ଣରେ ଭୁବନେଶ୍ବରେ ପହଞ୍ଚି ରାଜ୍ୟ ସରକାର ଏବଂ ଗ୍ଲୋବାଲ ଫିନାନ୍ସ ଟେକ୍ନୋଲୋଜି ନେଟ୍ୱର୍କର ମିଳିତ ଆୟୋଜନରେ ଅନୁଷ୍ଠିତ ‘ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଯୋଗ ଦେବେ । ୭ ତାରିଖ ସକାଳୁ ଭୁବନେଶ୍ବରରୁ ଛତିଶଗଡ଼ ଅଭିମୁଖେ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଯାତ୍ରା କରିବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।



