ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର : ଭୁବନେଶ୍ଵର ପହଁଚିଲେ ମହାମହିମ ରାଷ୍ଟ୍ରପତି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରେ ତାଙ୍କୁ  ସ୍ଵାଗତ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପଟିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାପରେ ରାଷ୍ଟ୍ରପତିଙ୍କ କାରକେଡ ରାଜଭବନ ଅଭିମୁଖେ  ଯାଇଛି। ରାଷ୍ଟ୍ରପତି ହେବା ପରେ ଆଜି ପ୍ରଥମଥର ପାଇଁ ବିଧାନସଭାରେ ଐତିହାସିକ ଅଭିଭାଷଣ ରଖିବେ ମହାମହିମ । 

ସମ୍ବନ୍ଧିତ ଖବର ସିଏମସି ପାଇଁ ୧୨ ଶହ ୬୮ କୋଟି ଟଙ୍କାର ବଜେଟ

ରାଜଭବନରେ ମଧ୍ୟାହ୍ନ ବିରତି ପରେ ଅପରାହ୍ଣ ୪ଟାରେ ରାଜଭବନ ସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସ ଗୃହର ଉଦ୍‌ଘାଟନ କରିବେ । ଏହାପରେ ଅପରାହ୍ଣ ୪ଟା ୨୦ ମିନିଟରେ ବିଧାନସଭାରେ ପହଞ୍ଚିବେ ଏବଂ ୪ ଟା ୩୦ରୁ ୫ ଟା ୩୦ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧନ କରିବେ । ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ ନମ୍ବର ରୁମକୁ ଆସି ସମୟ ବିତାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ଛାଉଣି । ବ୍ଲୁ-ବୁକ୍‌ ଗାଇଡ୍‌ ଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧିତ ଖବର ଯାତ୍ରାଦେଖା କୁ ନେଇ ଜଟଣୀରେ ବୋମାମାଡ଼, ୨ ଆହତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ପରିବହନ ମନ୍ତ୍ରୀ ଥିବାବେଳେ ୧୧ ନଂ ଚ୍ୟାମ୍ବର ଥିଲା ତାଙ୍କ କାର୍ଯ୍ୟାଳୟ। ତେଣୁ ବିଧାନସଭାରୁ ସ୍ମୃତି ସାଉଁଟିବା ବେଳେ ଏହି ଚାମ୍ବରରେ କିଛି ସମୟ ବିତାଇବେ। ସେଥିପାଇଁ ବିଧାନସଭା ସମେତ ଚାମ୍ବରକୁ ବି ସଜାଯାଇଛି।

ସମ୍ବନ୍ଧିତ ଖବର ବର୍ତ୍ତମାନ ସୁଦ୍ଧା ୧୭ କଏଦୀ ଫେରାର - ମୁଖ୍ୟମନ୍ତ୍ରୀ

Tags: