ହୀରାକୁଦ ର ଖୋଲିଲା ଆଉ ୧୦ଟି ଗେଟ ,ମୁଣ୍ଡଳୀରେ ଜଳସ୍ତର ବଢିବା ସମ୍ଭାବନା

ହୀରାକୁଦ ର ଖୋଲିଲା ଆଉ ୧୦ଟି ଗେଟ ,ମୁଣ୍ଡଳୀରେ ଜଳସ୍ତର ବଢିବା ସମ୍ଭାବନା
Samaya Live News Picture
Published On

ଭୁବନେଶ୍ୱର : ହୀରାକୁଦରେ ଖୋଲିଲା ଆଉ ୧୦ ଗେଟ୍ । ଗତକାଲି ୨ଟି ଗେଟ ଖୋଲାଯାଇଥିବାବେଳେ ବର୍ତ୍ତମାନ ମୋଟ୍ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୨୨. ୯୭ ଫୁଟ ରହିଛି । ଜଳସ୍ତର ବଢୁଥିବାରୁ ଆହୁରି ଗେଟ୍ ଖୋଲିପାରେ । ଫଳରେ ମୁଣ୍ଡଳୀରେ ଜଳସ୍ତର ବଢିବା ସମ୍ଭାବନା ରହିଛି । 

ମୁଣ୍ଡଳୀ ସ୍ଥିତିକୁ ନେଇ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଆଜି ମୁଣ୍ଡଳୀଠାରେ ଉପସ୍ଥିତ ରହି ସମୀକ୍ଷା କରିଛନ୍ତି । ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଆଗକୁ ସେଭଳି କୌଣସି ବଡ଼ ବିପଦ ନାହିଁ । ମୁଣ୍ଡଳୀଠାରେ ବର୍ତ୍ତମାନ ଜଳ ପ୍ରବାହ ସ୍ଥିର ରହିଥିବାବେଳେ ଆଗକୁ ପାଣି ପରିମାଣ କମିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକଳନ କରାଯାଇଥିଲା ଯେ ମହାନଦୀରେ ୯ ଲକ୍ଷ କ୍ୟୁସେକ ପାଣି ଆସିବ, କିନ୍ତୁ ଆଜି ସକାଳ ୭:୦୦ ଟା ପରଠାରୁ ମୁଣ୍ଡଳୀ ଦେଇ ୮ ଲକ୍ଷ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି ।

Tags: