ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ

ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ
Samaya Live News Picture
Published On

ଭୁବନେଶ୍ୱର : ରାଜଧାନୀରେ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ ଠାବ । ରାଜଧାନୀ ଉପକଣ୍ଠ ଜଟଣୀ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ଏକ ଭଡ଼ା ଘରୁ ସେକ୍ସ ରାକେଟ୍ ଠାବ ହୋଇଛି । ଏଠାରୁ ୪ ଯୁବତୀଙ୍କ ସହ ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ବୁଧବାର ରାତିରେ ଏହି ଭଡା଼ ଘରେ ଅତର୍କିତ ଚଢାଉ କରି ସେମାନଙ୍କୁ କାବୁ କରିଛି । ଘଟଣାର ମୁଖ୍ୟ ସୂତ୍ରଧର ଜଣେ ବୃଦ୍ଧା ବୋଲି ଜଣା ପଡିଛି । ସେ ଦୀର୍ଘ ଦିନ ଧରି ସେହି ଘରେ ଭଡା ରହୁଥିଲେ ।

ସୂଚନା ଅନୁସାରେ, ଉକ୍ତ ବୃଦ୍ଧା ଜଣକ ସେହି ଘରେ ଭଡାରେ ରହି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଆଣୁଥିଲେ ଏବଂ ସେମାନଙ୍କୁ ଧନ୍ଦା ମୂଳକ ଶିକ୍ଷା ଦେଉଛନ୍ତି ବୋଲି କହୁଥିଲେ । ତେବେ ସ୍ଥାନୀୟ ବାସିନ୍ଦା ସେଠାରେ  ଅନୈତିକ କାର୍ଯ୍ୟ ଚାଲୁଥିବା  ଚାଲୁଥିବାର ସନ୍ଦେହ କରିବା ସହ ବିରୋଧ କରୁଥିଲେ। କିନ୍ତୁ ଅଧିକାଂଶ ସମୟରେ ପୋଲିସ ଆଖିରେ ଧୂଳି ଦେଇ ଖସି ଯାଉଥିଲେ କିଙ୍ଗପିନ୍ ।ତେବେ ବୁଧୁବାର ରାତିରେ ଖବର ପାଇ ଅଚାନକ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ଅସଞ୍ଜତ ଅବସ୍ଥାରେ ଗ୍ରାହକଙ୍କ ସହ ୪ଯୁବତୀଙ୍କୁ ସେଠାରୁ ଉଦ୍ଧାର କରିବା ସହ ପୋଲିସ ଏକାଧିକ ଗାଡି଼, ମୋବାଇଲ, ଟଙ୍କା ଏବଂ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା ।

 


 

Tags: