ମହାନଦୀ ଜଳ ବିବାଦକୁ ନେଇ ଉଚ୍ଚସ୍ତରୀୟ ବୈଠକ
By: Samaya Live News
ଭୁବନେଶ୍ୱର : ମହାନଦୀ ଜଳ ବିବାଦକୁ ନେଇ ଅନୁଷ୍ଠିତ ହେଲା ଉଚ୍ଚସ୍ତରୀୟ କମିଟି ବୈଠକ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନରେ ବୈଠକ ଚାଲିଛି । ବୈଠକରେ ମହାନଦୀ କମିଟି ସଦସ୍ୟ ବିଧାୟକ ନିରଞ୍ଜନ ପୂଜାରୀଙ୍କ ସହିତ ପୃଥ୍ୱୀରାଜ ହରିଚନ୍ଦନ,ସୋଫିଆ ଫିରଦୋୖସ,ଆଡ଼ଭୋକେଟ ପିତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଅଛନ୍ତି । ସେହିପରି ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏବଂ ଜଳସମ୍ପଦ ବିଭାଗର ମୁଖ୍ୟ ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି । ଏହା ହେଉଛି କମିଟିର ୨ୟ ଉଚ୍ଚସ୍ତରୀୟ ବୈଠକ । ଡିସେମ୍ବର ୨୩ରେ ବସିଥିଲା ପ୍ରଥମ ବୈଠକ ।
ସମ୍ବନ୍ଧିତ ଖବର ଉଡାବାଲିରେ ଉଡିଲା ତ୍ରିରଙ୍ଗା
Tags:



