୨୨ ରେ ମହାନଦୀ ଜଳ ବିବାଦ ଉଚ୍ଚସ୍ତରୀୟ ବୈଠକ

୨୨ ରେ ମହାନଦୀ ଜଳ ବିବାଦ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଚ୍ଚ ସ୍ତରୀୟ କମିଟି ବୈଠକ। କମିଟି ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହେବ  । ଏଥିରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । 

ସମ୍ବନ୍ଧିତ ଖବର ରେଡିଓ ସମ୍ପର୍କ ଦ୍ୱାରା ମହିଳା ଏବଂ ଝିଅମାନଙ୍କ ଉପରେ ଡିଜିଟାଲ୍ ହିଂସା ବିରୁଦ୍ଧରେ ୧୬ ଦିନିଆ ଅଭିଯାନ

ମହାନଦୀ ଜଳ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ  ୮ ଜଣିଆ ଟ୍ରିବ୍ୟୁନାଲ ଗଠନ ହୋଇଛି । ଏଥିରେ  ବିଜେପି, ବିଜେଡ଼ି ଏବଂ କଂଗ୍ରେସ ବିଧାୟକ ଏବଂ ବିଧାୟିକାମାନେ ସଦସ୍ୟ ରହିଛନ୍ତି । କମିଟିରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ସଦସ୍ୟ ଅଛନ୍ତି । ନ୍ୟାୟିକ ପ୍ରକ୍ରିୟା ବଦଳରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

ସମ୍ବନ୍ଧିତ ଖବର ନର୍ମାଲ ଡେଲିଭରି ପାଇଁ ବାଛନ୍ତୁ ସରକାରୀ ହସ୍ପିଟାଲ - ସ୍ୱାସ୍ଥ୍ୟମନ୍ତ୍ରୀ

Tags: