ଜାହାଜକୁ ଗିରଫ ପାଇଁ ନିର୍ଦେଶ ଦେଲେ ହାଇକୋର୍ଟ

ଜାହାଜକୁ ଗିରଫ ପାଇଁ ନିର୍ଦେଶ ଦେଲେ ହାଇକୋର୍ଟ

ପାରାଦୀପ: ଗିରଫ ହେବ ଜାହାଜ I ପାରାଦୀପ ବନ୍ଦରରୁ ଏକ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଏକ ସାମୁଦ୍ରିକ ବିବାଦ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଏକ ଜାହାକକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଜାନୁଆରୀ ୫ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

ସମ୍ବନ୍ଧିତ ଖବର ଖାଲି ପଦବୀର ତଥ୍ୟ ଦେବାକୁ ଗୃହ ବିଭାଗର ଚିଠି

ବ୍ୟବସାୟିକ ବିବାଦକୁ ନେଇ ଜଲ୍‌ଧି ଓଭରସିଜ୍ ଦାୟର ହୋଇଥିଲା ଏକ ଆବେଦନ । ଯାହାକୁ ଶୁଣାଣି କରି ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଏମ ଦି’ ପାଟ୍ରୋନ୍ (ଆଇଏମଓ ୯୪୮୧୪୩୯) ଜାହାଜକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି। 

ସମ୍ବନ୍ଧିତ ଖବର ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ନିରପେକ୍ଷ ତଦନ୍ତ ଦାବି କଲେ ଅନୁଭବ

ଏମଭି ଦି ପାଟ୍ରନ ଟିମକୁ ହାଇକୋର୍ଟଙ୍କ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଆବେଦନକାରୀ ସଂସ୍ଥାର ଅନ୍ତରୀଣ ଆବେଦନର ଶୁଣାଣି କରି ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଥିବା ବେଳେ ୨୦୨,୦୦୦ ଆମେରିକୀୟ ଡଲାର ଦାବି କରି ଜଲଧି ଓଭରସିଜ ପିଟିଇ ଲିମିଟେଡ଼ ପକ୍ଷରୁ ଏମଭି ଦି ପାଟ୍ରନ ଆଇଏମଓ-୯୪୮୧୪୩୯) ଜାହାଜ ବିରୋଧରେ ଏହି ମାମଲା ରୁଜୁ ହୋଇଛି । 

ସମ୍ବନ୍ଧିତ ଖବର ଗାୟିକା ଅର୍ପିତା ଚୌଧୁରୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

ଏମଭି ଦି ପାଟ୍ରନ ଆଇଏମଓ-୯୪୮୧୪୩୯)ଜାହାଜ ପାରାଦୀପ ବନ୍ଦର ଛାଡି ଦେଲେ ଏହି ମାମଲା ନିରର୍ଥକ ହେବ ବୋଲି ଆବେଦନକାରୀ ଦର୍ଶାଇଥିବା ବେଳେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ । ଏହି ଅନ୍ତରୀଣ ଆବେଦନକୁ ଗ୍ରହଣ କରି ଓଡିଶା ହାଇକୋର୍ଟଙ୍କ ଅବକାଶ କାଳୀନ ଖଣ୍ଡପୀଠ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

 

Tags: