୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟ ନୋଟିସ

୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟ ନୋଟିସ
Samaya Live News Picture
Published On

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ ଭୋଟିଂ ମାମଲା । ୫ ବିଜେଡି ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ । ଏଥିସହ ସେମାନଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ନୋଟିସ ପାଇଥିବା ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୋଭିକ ବିଶ୍ୱାଳ ଏବଂ ଚକ୍ରମଣି କହଁର । ଆସନ୍ତା ଜାନୁଆରୀ ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଥିବା ବେଳେ ତାର ପୂର୍ବରୁ ସମସ୍ତ ବିଧାୟକଙ୍କୁ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଧାୟକ ପଦ ରଦ୍ଦ ଦାବି ନେଇ ହୋଇଥିବା ଏକ ମାମଲାରେ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି ।

Tags: