ବେଆଇନ ଖଣି ଖନନ ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ

ବେଆଇନ ଖଣି ଖନନ ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ

ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ବେଆଇନ ଖଣି ଖନନକୁ ନେଇ ହାଇକୋର୍ଟ ଖପ୍ପା I ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ । ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନୋଟିସରେ ନିର୍ଦ୍ଦେଶ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ପାଳନ କରୁନଥିବା ଅଭିଯୋଗ I 

ସମ୍ବନ୍ଧିତ ଖବର ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପିଜି ଛାତ୍ରଙ୍କ ଆତ୍ମହତ୍ୟା

ସାରା ରାଜ୍ୟରେ ବେଆଇନ ଖଣି ଖନନର ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ସହିତ ଏହାକୁ ରୋକିବା ପ୍ରସଙ୍ଗରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସଂପର୍କରେ ଜବାବ ଲୋଡିଛନ୍ତି ହାଇକୋର୍ଟ । ଲିଜ ଧାରୀମାନେ ନିର୍ଦ୍ଧାରିତ ସମୟ ସୀମା ବାହାରେ ଖଣି ଖନନ କରୁଥିବା ଅଭିଯୋଗ  I ଅଧିକ ଖନନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଅଭିଯୋଗ I ଏନେଇ ୨ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି  I  ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୦ ରେ ହେବ I

ସମ୍ବନ୍ଧିତ ଖବର ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରବଣ କୁମାର ଦେବଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । 

ସମ୍ବନ୍ଧିତ ଖବର ଅଦାଲତ ଅବମାନନା: ଉଷା ପାଢ଼ୀଙ୍କ ସହ ୪ ଅଧିକାରୀ ହାଇକୋର୍ଟରେ ହଜାର ହେବାକୁ ନିର୍ଦେଶ

୨୦୧୭ରେ ସୁପ୍ରିମକୋର୍ଟ ଜାରୀ କରିଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର କଡ଼ାକଡ଼ି ଭାବେ ପାଳନ କରୁ ନାହାନ୍ତି । ଲିଜଧାରୀମାନେ ନିର୍ଦ୍ଧାରିତ ସୀମା ବାହାରେ ଏବଂ ଅଧିକ ପରିମାଣର ଖଣି ଖନନ କରୁଥିବା ସତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ଏହାଦ୍ୱାରା ରାଜସ୍ବ ହାନୀ ହେଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

Tags: