ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟ ଝଟକା
କଟକ: ସି ସୋର ଚିଟଫଣ୍ଡ ମାମଲାରେ ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟ ଝଟକା । ସିବିଆଇ କୋର୍ଟରେ ଚାଲିଥିବା ମାମଲାକୁ ଖାରଜ କରିବା ପାଇଁ ସେ ଦାଖଲ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହା ସହ ମାମଲାକୁ ୬ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି ।
ଏହି ନିର୍ଦ୍ଦେଶ ପରେ ବହୁ ଦିନ ଧରି ଚାଲିଆସୁଥିବା ଏହି ମାମଲାର ବିଚାର ପ୍ରକ୍ରିୟା ଏବେ ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି।
ସୂଚନାନୁସାରେ , ସି-ସୋର ଚିଟଫଣ୍ଡ କମ୍ପାନି ସହ ଅର୍ଥ କାରବାର ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ସିବିଆଇ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ସିବିଆଇ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରି ଜେଲ ପଠାଇଥିଲା।କିଛିଦିନ ଜେଲରେ ରହିବା ପରେ ଅସୁସ୍ଥତା କାରଣ ଦର୍ଶାଇ ସେ ଜାମିନରେ ଆସିଥିଲେ ।
Tags:




