ଏଏସଓ ଲିଖିତ ପରୀକ୍ଷାକୁ ରଦ୍ଦ କଲେ ହାଇକୋର୍ଟ,ଡିସେମ୍ବରରେ ହେବ ସାନି ପରୀକ୍ଷା  

Samaya Live News Picture
Published On

କଟକ : ଜୁଲାଇ ୧୩ରେ ହୋଇଥିବା ଏଏସ୍‌ଓ ମେନ ପରୀକ୍ଷା ବାତିଲ। ପୁଣି ଡିସେମ୍ବରରେ ହେବ ସାନି ପରୀକ୍ଷା I ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷାକୁ ବାତିଲ କରିଛନ୍ତି ହାଇକୋର୍ଟ । ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିବା ସନ୍ଦେହ କରି ହାଇକୋର୍ଟ ରେଜିଷ୍ଟ୍ରାର ଏହି ପରୀକ୍ଷାକୁ ବାତିଲ୍ କରିଛନ୍ତି । ଏଏସଓ ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୭ ହଜାର ୧୧୩ ଜଣ ପରୀକ୍ଷାର୍ଥୀ ମୁଖ୍ୟ ଲିଖିତ ପରୀକ୍ଷା ଦେଇଥିଲେ । କିନ୍ତୁ ପରୀକ୍ଷା ପରିଚାଳନାରେ ଏଜେନ୍ସିର କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକଟ କରିଥିଲେ ହାଇକୋର୍ଟ । ପରୀକ୍ଷା ଦାୟିତ୍ୱ ସିଲିକନ୍‌ ଟେକ୍‌ ସଂସ୍ଥା ପରିଚାଳନା କରୁଥିଲା। ତେଣୁ ଏଥିରେ ସିଲିକନ୍‌ କିଛି ଜାଲିଆତି କରିଥାଇ ପାରେ ବୋଲି କୋର୍ଟ ସନ୍ଦେହ କରି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

ଡିସେମ୍ବର ୭ରେ ହେବକୁ ଥିବା ସାନି ପରୀକ୍ଷା ଦିନ ପ୍ରଥମ ସିଟିଂରେ ଇଂରାଜୀ ବିଷୟ ରହିଛି ।  ଏହି ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ହେବ । ପରେ ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ଯାଏ ରହିଛି । ସେଥିରେ ଜେନେରାଲ ଆୱାରନେସ୍ ଏବଂ ରିଜୋନିଂ ପରୀକ୍ଷା ହେବ । ତୃତୀୟ ସିଟିଂରେ ଗଣିତ ପରୀକ୍ଷା ଅପରାହ୍ନ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ କରାଯିବ । ସାନି ପରୀକ୍ଷା ପାଇଁ ଆଶାୟୀ ମାନେ ନଭେମ୍ବର ୧୭ ରୁ ଡିସେମ୍ବର ୫ ତାରିଖ ମଧ୍ୟରେ ସେମାନଙ୍କର ଆଡ଼ମିଟ କାର୍ଡ ଡାଉନଲୋଡ଼ କରିପାରିବେ ।  2021040795-e1617794136281

Tags: