କଟକରେ ଲେଜର ଲାଇଟ ବ୍ୟାନ କଲେ ହାଇକୋର୍ଟ

କଟକରେ ଲେଜର ଲାଇଟ ବ୍ୟାନ କଲେ ହାଇକୋର୍ଟ

କଟକ :  କଟକରେ ଲେଜର୍ ଲାଇଟ୍ ବ୍ୟବହାର ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ଏହାସହିତ ରାତି ୧୦ଟା ପରେ ରୋଷଣୀ ମନା ହୋଇଛି । ରୋଷଣୀ ଆଦିରେ ଡିଜେ ବ୍ୟବହାରରେ ମଧ୍ୟ କଟକଣା ଲଗାଇଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କଟକ ସହରାଞ୍ଚଳରେ ଲେଜର ଲାଇଟ୍ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ବିକଟାଳ ଶବ୍ଦଯୁକ୍ତ ଡିଜେ ବ୍ୟବହାର ଉପରେ ମଧ୍ୟ ରୋକ ଲଗାଇଛନ୍ତି କୋର୍ଟ । ଡିଜେର ଶବ୍ଦ ସୀମା ସର୍ବାଧିକ ୬୫ ଡେସିବେଲ ମଧ୍ୟରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଲ ମାମଲାର ଶୁଣାଣି ସମୟରେ କୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ସହରରେ ଅତ୍ୟଧିକ ଲେଜର ଲାଇଟ୍ ଏବଂ ଉଚ୍ଚଶବ୍ଦ ବିଶିଷ୍ଟ ଡିଜେ ବ୍ୟବହାର ଯୋଗୁଁ ସବୁ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଛି । ବିଶେଷ କରି ଏହା ଶିଶୁ ଏବଂ ବୃଦ୍ଧବୃଦ୍ଧାଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି । ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର ଶ୍ରୀମନ୍ଦିର ପ୍ରଶାସନର ଚୂଡାନ୍ତ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ

Tags: