ହାଇଟେକ୍‌ର ବିଶାଳ ସ୍ୱାସ୍ଥ୍ୟ ଚିକିତ୍ସା ଓ ପରାମର୍ଶ ଶିବିର

ହାଇଟେକ୍‌ର ବିଶାଳ ସ୍ୱାସ୍ଥ୍ୟ ଚିକିତ୍ସା ଓ ପରାମର୍ଶ ଶିବିର

କଟକ ବାଲିଯାତ୍ରା ପଡିଆଠାରେ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନର ୫୦ତମ ରାଜ୍ୟ ସମ୍ମିଳନୀ ଉପଲକ୍ଷେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ବିଶାଳ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ହାଇଟେକ୍ ଗ୍ରୁପ୍ ସିଇଓ ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଖରେ ପହଁଞ୍ଚଇବାର ପ୍ରୟାସ ହାଇଟେକ୍ ଜାରି ରଖିଛି ବୋଲି କହିବା ସହ ଏହି ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ସମସ୍ତ ଶିବିରାର୍ଥୀମାନଙ୍କର କାମରେ ଆସିଲେ ଆମେ ନିଜକୁ ସଫଳ ମଣିବୁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର ଆସନ୍ତା କାଲି ନେତାଜୀ ଜୟନ୍ତୀ,ପରାକ୍ରମ ଦିବସ ପାଳିବ ରାଜ୍ୟ

WhatsApp Image 2026-01-19 at 4.54.12 PM

ସମ୍ବନ୍ଧିତ ଖବର ସ୍ବାସ୍ଥପୋଯୋଗୀ ହଳଦୀ କ୍ଷୀର

ଏହି କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ସର୍ବଭାରତୀୟ ସଭାପତି ନିମିଷ ପାଣ୍ଡେ, ରାଜ୍ୟ ସଭାପତି ଡ. ସତ୍ୟ ସ୍ୱରପ ପଟ୍ଟନାୟକ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଛନ୍ତି । ଏଥିରେ ମେଡିସିନ୍‌, ଅସ୍ଥିଶଲ୍ୟ, ସର୍ଜରୀ, ହୃଦ୍‌ରୋଗ ଆଦି ବିଭିନ୍ନ ବିଭାଗର ସୁଦକ୍ଷ ଚିକିତ୍ସାବିତଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିବାବେଳେ ୧୦୦୦ରୁ ଉର୍ଦ୍ଧ୍ୱ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ତେବେ ମ୍ୟାଜିକ୍ ମିରର୍ ଅର୍ଥାତ୍ ଯେଉଁଥିରେ ନିଜ ଚର୍ମ ଓ କେଶ ସମ୍ବନ୍ଧୀୟ ସମସ୍ୟାକୁ ଜାଣି ତାହାର ଚିକିତ୍ସା କରିପାରିବେ ଏବଂ ରକ୍ତ ପରୀକ୍ଷା ଓ ଇସିଜିର ସୁବିଧା ଯୋଗାଇ ଦିଆଯାଇଥିଲା । 

ସମ୍ବନ୍ଧିତ ଖବର ଉଡାବାଲିରେ ଉଡିଲା ତ୍ରିରଙ୍ଗା

Tags: