ରଥଯାତ୍ରା ପାଇଁ ପୁରୀରେ ହାଇଟେକ ହସ୍ପିଟାଲ ଉଦଘାଟିତ

ରଥଯାତ୍ରା ପାଇଁ ପୁରୀରେ ହାଇଟେକ ହସ୍ପିଟାଲ ଉଦଘାଟିତ
Samaya Live News Picture
Published On

ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ହାଇଟେକ ମେଡିକାଲ କଲେଜ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜରୁରୀକାଳୀନ ତଥା ଅସ୍ଥାୟୀ ହସ୍ପିଟାଲ ଖୋଲାଯାଇଛି।ଶ୍ରୀମନ୍ଦିର ଉତ୍ତର ଦ୍ଵାର tv ନିକଟରେ ସ୍ଵତନ୍ତ୍ର ଭାବେ ଜରୁରୀକାଳୀନ ତଥା ଅସ୍ଥାୟୀ ହସ୍ପିଟାଲ ଭକ୍ତଙ୍କ ପାଇଁ ଉଦ୍ଘାଟିତ ହୋଇଛି।୨୫ ଶଯ୍ୟା ବିଶିଷ୍ଟ ଏହି  ହସ୍ପିଟାଲରେ ଏଚଡିୟୁର ବ୍ୟବସ୍ଥା ରହିଛି।ହସ୍ପିଟାଲରେ ଅଭିଜ୍ଞ ଓ ବରିଷ୍ଠ ଡ଼ାକ୍ତର ୨୪ ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ଯୋଗାଇବ।ଗୁରୁତର ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ସ୍ଥିତ ହାଇଟେକ୍ ହସ୍ପିଟାଲ ସ୍ଥାନାନ୍ତର କରାଯିବ ଓ ସେଠାରେ ଚିକିତ୍ସା ପାଇଁ ରିହତିର ବ୍ୟବସ୍ଥା ରହିଛି।ଉନ୍ନତ ମାନର ଉଚ୍ଚକ୍ଷମତାସମ୍ପନ୍ନ ଆମ୍ବୁଲାନ୍ସ ମହଜୁଦ ରହିଛି।ଏଥିସହ ଆଖି ଓ ଦାନ୍ତ ଚିକିତ୍ସା ପାଇଁ ମୋବାଇଲ ଭ୍ୟାନ କାର୍ଯ୍ୟକାରୀ ହେଉଛି।ହସ୍ପିଟାଲରେ ଅଭିଜ୍ଞ ଓ ବରିଷ୍ଠ ଡ଼ାକ୍ତର ୨୪ ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ଯୋଗାଇବ।ଗତବର୍ଷ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ମୋଟ ୧୨,୩୩୫ ରୋଗୀଙ୍କ ଚିକିତ୍ସା କରାଯାଇଛି।ଉତ୍ତର ଦ୍ଵାରରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଜରୁରୀକାଳୀନ ହସ୍ପିଟାଲ ଉଦ୍ଘାଟନ ଉତ୍ସବରେ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର , କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ ,ହାଇଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ  ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼କ୍ଟର ତିରୁପତି ପାଣିଗ୍ରାହୀ ,ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ,,ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ ,ଉତ୍ତର ପାର୍ଶ୍ୱ ମଠ ମଠାଧୀଶ ନାରାୟଣ ରାମାନୁଜ ଦାଶ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ,ବରିଷ୍ଠ ସେବାୟତ ,ପ୍ରମୁଖ ଉପସ୍ଥିତ ଥିଲେ।ସ୍ଵାସ୍ଥ୍ୟ ସେବାକୁ ଏକ ସଂକଳ୍ପ ଭାବି ଆମେ ମହାପ୍ରଭୁଙ୍କ ଆଶୀର୍ବାଦରେ ଆଗକୁ ଏହି କାର୍ଯ୍ୟ ଜାରୀ ରଖିବୁ ବୋଲି କହିଛନ୍ତି ହାଇଟେକ୍ ହସ୍ପିଟାଲ ପରିଚାଳନା ନିର୍ଦ୍ଦେଶକ ତିରୁପତି ପାଣିଗ୍ରାହୀ। ଶ୍ରୀଯୁକ୍ତ ମନୋଜ କୁମାର ଦାସ, ଶ୍ରୀ ସାରଙ୍ଗଧର ଜେନା ପରିଚାଳନା ଦାୟିତ୍ୱଭାର ନେଇଛନ୍ତି ।

Tags: