ଶିମିଳିପାଳରେ ହେବ ହେଲିପ୍ୟାଡ୍
By: Samaya Live News
ଭୁବନେଶ୍ୱର : ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱର-ଗୋପାଳପୁର, ଭୁବନେଶ୍ୱର-ଶିମିଳିପାଳକୁ ହେଲିଟ୍ୟାକ୍ସି ସେବା ଜାରି ରହିବ। ହେଲିଟ୍ୟାକ୍ସି ସେବା ପାଇଁ ‘ପବନ ହଂସ ଲିଃ’କୁ ମନୋନୀତ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ସମ୍ବନ୍ଧିତ ଖବର ଆସନ୍ତା କାଲିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ
ସୂଚନା ଥାଉକି, ଗତକାଲି ପରି ଆଜି ବି ଗୃହ ଚାଲିପାରିଲାନି । ଧାନମଣ୍ଡିରେ ଅବ୍ୟବସ୍ଥା, ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରସଙ୍ଗ ଉଠାଇ ବିଧାନସଭା ବିଜେଡି ଓ କଂଗ୍ରେସ ପକ୍ଷରୁ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।
ସମ୍ବନ୍ଧିତ ଖବର ଫେବୃଆରୀ ୧୬ରୁ ଆଧାର ଅଭିଯୋଗ ଶୁଣାଣି ଆରମ୍ଭ
Tags:



