ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ,୯ ଜିଲ୍ଲାରେ ସ୍କୁଲ ଛୁଟି
ସୁବର୍ଣ୍ଣପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର , ସୁନ୍ଦରଗଡ଼, ବରଗଡ଼, ଦେବଗଡ଼ ଓ ସମ୍ବଲପୁରରେ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର : ଉତ୍ତର ଓଡ଼ିଶା ଦେଇ ଆଗକୁ ବଢ଼ୁଛି ଗଭୀର ଅବପାତ । ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଭୀଷଣ ବର୍ଷା ପାଇଁ ୪ ଜିଲ୍ଲାକୁ ଆଜି ସକାଳ ସାଢ଼େ ୮ଟା ଯାଏଁ ରେଡ୍ ୱା୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ୧୩ ଜିଲ୍ଲାକୁ ଅରେଞ୍ଜ ଏବଂ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଜିଠୁ ବର୍ଷା ପରିମାଣ କମିବ । ତେବେ ଆଗାମୀ ୩ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । କେବଳ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି ।
ସେପଟେ ଲଘୁଚାପ ବର୍ଷା ପ୍ରଭାବରେ ଓଡ଼ିଶାର ବିଭିନ୍ନ ପ୍ରମୁଖ ନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଅଞ୍ଚଳରେ ଭନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଅନୁଗୋଳ, ବାଲେଶ୍ୱର, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ବନ୍ୟା ସ୍ଥିତି ସାଂଘାତିକ ହୋଇଛି । ଅନେକ ଜିଲ୍ଲାରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବାରୁ ୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କାଯାଇଛି । ଏହି ଜିଲ୍ଲା ଗୁଡିକ ମଧ୍ୟରେ ସୁବର୍ଣ୍ଣପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର , ସୁନ୍ଦରଗଡ଼, ବରଗଡ଼, ଦେବଗଡ଼ ଓ ସମ୍ବଲପୁର ଆଦି ଅହିଛି । ଏଠାରେ ଥିବା ସମସ୍ତ ଅଙ୍ଗନବାଡି, ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଅହିଛି ।
ସେପଟେ, ରାଜ୍ୟରେ ଅତ୍ୟଧିକ ବର୍ଷା ପ୍ରଭାବିତ ଜିଲ୍ଲା ଗୁଡିକରେ ଜଳସ୍ତର ବୃଦ୍ଧି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପ୍ରସ୍ତୁତି ସମୀକ୍ଷା କରାଯାଇଛି । ବିଭାଗୀୟ କମିଶନର-ତଥା-ଶାସନ ସଚିବ ଅସ୍ବତୀ ଏସ. ଆଜି ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରସ୍ତୁତି ବ୍ୟବସ୍ଥାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି କମିଶନର । ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଜରୁରୀ ଔଷଧ, ଓଆରଏସ, ବ୍ଲିଚିଂ ପାଉଡର, ହାଲଜେନ ଟ୍ୟାବଲେଟ୍, ସାପ କାମୁଡ଼ା ପ୍ରତିଷେଧକ ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ତୁରନ୍ତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।




