ଆଗାମୀ ୫ଦିନ ଯାଏଁ ରାଜ୍ୟରେ କାଳ ବୈଶାଖୀ ସମ୍ଭାବନା

ଆଗାମୀ ୫ଦିନ ଯାଏଁ ରାଜ୍ୟରେ କାଳ ବୈଶାଖୀ ସମ୍ଭାବନା
Samaya Live News Picture
Published On

ଭୁବନେଶ୍ୱର : ଦାରୁଣ ନିଦାଘରେ ଲାଗିବ ବ୍ରେକ ! ଆଗାମୀ ୫ଦିନ ଯାଏଁ ପବନ ସହ କାଳବୈଶାଖୀ ବର୍ଷା ଲାଗିରହିବ । ଆସନ୍ତା ୨୪ ଘଂଟାରେ ସାରା ରାଜ୍ୟରେ ବିଜୁଳି ଘଡଘଡି ବର୍ଷା ହେବାକୁ ଥିବା ବେଳେ ୧୪ ତାରିଖରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ସେହିପରି ୧୫, ୧୬ ଓ ୧୭ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ। ନେଇ  ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 

ମାଲକାନଗିରି କୋରାପୁଟ ରାୟଗଡା ଗଜପତି କନ୍ଧମାଳ ଅନୁଗୁଳ ଓ ଢେଙ୍କାନାଳ ଏହି ୭ ଜିଲ୍ଲାରେ ୫୦ ରୁ ୬୦ କିମି ଝଟକା ପବନ ସମ୍ଭାବନା ସହ ଓରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅବଶିଷ୍ଟ ୨୩ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ୩୦ ରୁ ୫୦ କିମି ଝଟକା ପବନ ସମ୍ଭାବନା କୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  ।  

ସେହିପରି ଆସନ୍ତାକାଲି ନୂଆପଡା ବଲାଙ୍ଗୀର ସୋନପୁର ସମ୍ବଲପୁର ଦେଓଗଡ ବରଗଡ଼ ଓ ଝାରସୁଗୁଡା ଏହି ୭ ଜିଲ୍ଲାକୁ ବଡ଼ ଦେଉ ବାକି ୨୩ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ଓ ୩୦ ରୁ ୫୦ କିମି ଝଟକା ପବନ ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି । ୧୮ ଯାଏ ଏଭଳି ସ୍ଥିତି ଲାଗିରହିବ ।  ୩ ଘଣ୍ଟା ପାଇଁ ପ୍ରବଳ ବର୍ଷା ବିଜୁଳି ଘଡଘଡି ସହ ୪୦ ରୁ କିମି ଝଟକା ପବନ ସହ ମାଲକାନଗିରି ଓ କୋରାପୁଟ ରେ ହଳଦିଆ ଚେତାବନୀ ଦେଇଛି ବିଭାଗ ।

ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଲଘୁଚାପ ଟି ସ୍ପଷ୍ଟ ଚିହ୍ନିତ ଲଘୁଚାପ ଭାବେ ସକ୍ରିୟ ରହିବା ସହ ଦକ୍ଷିଣ ପଶ୍ଚିମ ଓ ପାଶ୍ୱବର୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ରହିଛି। କିନ୍ତୁ ଅବପାତ ହେବାର ସମ୍ଭାବନା କମ୍।ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ପାଇଁ ପରିସ୍ଥିତି ଧୀରେଧୀରେ ଅନୁକୂଳ ହେଉଛି ।

ଗତିକାଲି ରାତିରେ ରାଜଧାନୀରେ ହଠାତ ପ୍ରବଳ ଝଡ଼ ତୋଫାନ ସହ ବର୍ଷା ଆରମ୍ଭ ହୋଇଥିଲା । ପ୍ରାୟ ଅଧଘଣ୍ଟା ଧରି ବର୍ଷାରେ ପ୍ରବଳ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବାବେଳେ ତଳିଆ ଅଞ୍ଚଳ ଓ ରାସ୍ତାରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା  । ତେବେ ଆଜି ଦିନବେଳା ପ୍ରଚଣ୍ଡ ଖରା ସାଙ୍ଗକୁ ଗ୍ରାମ ଅନୁଭୂତ ହୋଇଥିଲା  ।

Tags: