ଆଗାମୀ ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ , ୟେଲୋ ୱାର୍ଣ୍ଣିଂ ଜାରି

ଆଗାମୀ ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ , ୟେଲୋ ୱାର୍ଣ୍ଣିଂ ଜାରି
Samaya Live News Picture
Published On

ଭୁବନେଶ୍ୱର : ଆଗାମୀ ପାଞ୍ଚ ଦିନ ଯାଏ ରାଜ୍ୟର ନାହିଁ ବର୍ଷା ସମ୍ଭାବନା । ଆଗକୁ ଆହୁରି ବଢିବ ତାତି । ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବ । ଅଧିକାଂଶ ଜିଲାରେ ପାଗ ଶୁଖିଲା ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ଟପିବା ଆଶଙ୍କା କରାଯାଉଛି।  ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ‌ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ଆଗାମୀ କିଛି ଦିନ ଯାଏ ବର୍ଷା ସମ୍ଭାବନା କମ୍ ଥିବାବେଳେ ତାତି ବଢ଼ିବା ଆଶଙ୍କା ରହିଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲାରେ ଅଧିକ ତାତି ଅନୁଭୂତ ହେବ । ୧୯ ତାରିଖ ଯାଏ ବିଭିନ୍ନ ଜିଲାରେ ଏପରି ସ୍ଥିତି ଲାଗି ରହିବ । ବିଶେଷକରି ଉପକୂଳ ଓ ପଶ୍ଚିମ ଓଡ଼ିଶାର ଲୋକେ ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ । 

ଆଜି ଉପକୂଳ ଓଡ଼ିଶାର ୧୧ ଜିଲ୍ଲା ଗଂଜାମ,ଗଜପତି, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ରେ ଅସହ୍ୟ ଗରମ ସହ ଗୁଳୁଗୁଳିର ସମ୍ଭାବନା ଥିବା ବେଳେ ଜିଲାଗୁଡ଼ିକୁ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ବାୟୁରେ ଆର୍ଦ୍ରତା ଅଧିକ ରହୁଥିବାବେଳେ ବର୍ଷା ସମ୍ଭାବନା କମିଛି। ପରିଣାମ ସ୍ବରୂପ ତାପମାତ୍ରାରେ ବୃଦ୍ଧି ହେଉଛି। ଆଗକୁ ଆଉ କିଛି ଦିନ ପର୍ଯ୍ୟନ୍ତ ତାତି ବଢ଼ିବ।

Tags: