ଆହୁରି ୫ଦିନ ଯାଏଁ ହିଟୱେଭ

ଆଜି ପାଇଁ ୧୩ ସହରର ତାପମାତ୍ରା ୪୦ ଉପରେ ରହିବ

ଆହୁରି ୫ଦିନ ଯାଏଁ ହିଟୱେଭ
Samaya Live News Picture
Published On

ଭୁବନେଶ୍ୱର: ରାଜ୍ୟରେ ଅଣାୟତ ହେଲାଣି ତାତି । ପ୍ରଚଣ୍ଡ ଗୁଳୁଗୁଳି ଗରମରେ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟରେ କାଳବୈଶାଖୀ ବର୍ଷା ଉଭାନ ହୋଇଥିବାବେଳେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ  ଜାରି ରହୁଛି ଡହ ଡହ ଗରମ ଝାଞ୍ଜି । ଏପରି ପାଣିପାଗ ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଆଜି ପାଇଁ ଆଜି ୧୩ ସହରର ତାପମାତ୍ରା ୪୦ ଉପରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଶେଷକରି ପଶ୍ଚିମ ଓଡ଼ିଶାର ଝାରସୁଗୁଡା, ଟିଟିଲାଗଡ, ନୂଆପଡା, ବଲାଙ୍ଗୀର ଓ ଭବାନୀପାଟଣା ଏହି ଜିଲ୍ଲାରେ ଅସହ୍ୟ ତାତି ଅନୁଭୂତ ହେଉଛି । ତେବେ ଦିନକୁ ଦିନ ବଢୁଥିବା ତାତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ନିର୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ। 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୩ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହିଭଳି ସ୍ଥିତି ଲାଗି ରହିବ ଓ ତାତିରୁ ନିସ୍ତାର ମିଳିବ ନାହିଁ। ତେବେ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ବିଶେଷକରି ବାହାରେ କାମ କରୁଥିବା ଶ୍ରମିକ ଓ ଯାତ୍ରୀମାନେ ଦିନରେ କାମ କରିବେ ନାହିଁ ବୋଲି ସୂଚନା ଜାରି ହୋଇଛି । ଯଦି କେହି ଠିକା ସଂସ୍ଥା ସେମାନଙ୍କୁ ବାଧ୍ୟ କରି କାମ କରନ୍ତି ତେବେ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହିତ ସମସ୍ତ ଛକରେ ମଧ୍ୟ ଜଳଛତ୍ରର ବ୍ୟବସ୍ଥା କରାଯାଇଛି ।

Tags: