କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲା । ଆଜି ହାଇକୋର୍ଟ ରେ ହେବ ଶୁଣାଣି । କ୍ରସ ଭୋଟିଂ କରିଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ ହୋଇଥିବା ପ୍ରସ୍ତାବକୁ ବାଚସ୍ପତି ଖାରଜ କରିଥିଲେ । ବାଚସ୍ପତିଙ୍କ ଏକପାଖିଆ ନିଷ୍ପତିକୁ ବିରୋଧ କରି ବିଜେଡି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା । ଏନେଇ ଦଳ ପକ୍ଷରୁ ଏକ ରିଟ ପିଟିସନ ଦାଖଲ କରାଯାଇଛି । ଏହି ମାମଲାରେ ବାଚସ୍ପତିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ନିର୍ଦ୍ଦେଶ ଉଲ୍ଲଂଘନ କରି ୮ ଜଣ ବିଧାୟକ କ୍ରସ୍‌ ଭୋଟିଂ କରିଥିଲେ । 

ଅନ୍ୟପଟେ, ବାଚସ୍ପତି ସୁରମା ପାଢ଼ୀ ଆବେଦନରେ ଆବଶ୍ୟକ ତଥ୍ୟ ପ୍ରମାଣ ଓ  ସତ୍ୟପାଠର ଅଭାବ ଥିବାରୁ ଏହା ସମ୍ପୂର୍ଣ୍ଣ ନୁହେଁ ବୋଲି ଦର୍ଶାଇଥିଲେ । ବିଧାନସଭା ରୁଲ୍ ଅନୁଯାୟୀ ପ୍ରମାଣ ଓ ତଥ୍ୟ ଉପସ୍ଥାପନ ହୋଇନଥିବାରୁ ଆବେଦନ ଖାରଜ କରିଥିଲେ | ଏହା ବିରୋଧରେ  ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲା ବିଜେଡି। ଆଜି ହାଇକୋର୍ଟରେ ବିଜେଡିର ୮ ବିଧାୟକଙ୍କ ମଧ୍ୟରୁ ୨ ବିଧାୟକ ଚକ୍ରମଣି କହଁର ଓ ସୁବାସିନୀ ଜେନାଙ୍କ ସଭ୍ୟପଦ ରଦ୍ଦ ଆବେଦନର ଶୁଣାଣି ରହିଛି।

Tags: