ଜୁନ ୧ ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଜୁନ ୧ ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
Samaya Live News Picture
Published On

ଭୁବନେଶ୍ୱର : ଜୁନ୍ ୧ରେତାରିଖ ସୋମବାରରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ପୁଣି ଥରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କିଛି ଦିନ ଧରି ଅବିଯୋଗ ଶୁଣାଣି ସ୍ଥଗିତ ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ପୁନଃ ଅଭିଯୋଗ ଶୁଣାଣି ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ଓ ସାଧାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ଏପ୍ରିଲ ୨୭ ତାରିଖରେ ଯେଉଁମାନେ ଅନଲାଇନ୍ ଯୋଗେ ନାମ ଓ ଅଭିଯୋଗ ବାବଦରେ ପଞ୍ଜିକରଣ କରିଥିଲେ, ସେହିମାନେ ହିଁ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ଅଭିଯୋଗ ଦାଖଲ କରିବେ । ସେମାନେ ଆଉ ପୁନଃ ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ । ଅଭିଯୋଗ ପ୍ରକୋଷ୍ଠକୁ ଆସିବା ବେଳେ ସାଙ୍ଗରେ ପରିଚୟ ପତ୍ର ଓ ଅଭିଯୋଗ ପତ୍ର ଆଣିବାକୁ ବିଭାଗ ପରାମର୍ଶ ଦେଇଛି ।  

Tags: