ଫାଇଲେରିଆ ଔଷଧ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ
By: Samaya Live News
ଭୁବନେଶ୍ୱର : ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ । ଘରକୁ ଘର ବୁଲି ନିଜ ଉପସ୍ଥିତିରେ ଔଷଧ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ । ଶୁକ୍ରବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି ।
ମାଗଣା ବଣ୍ଟନ ସତ୍ତ୍ବେ ଲୋକେ ଔଷଧ ସେବନ କରୁ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଫେବୃଆରୀ ୧୦ରୁ ଆରମ୍ଭ ହୋଇ ୧୦ ଦିନ ପର୍ଯ୍ୟନ୍ତ ଚାଲିବ।
ସମ୍ବନ୍ଧିତ ଖବର ପୀତବାସ ପଣ୍ଡା ହତ୍ୟା ମାମଲା,କୋର୍ଟରେ ହାଜର ହେଲେ ୧୫ ଅଭିଯୁକ୍ତ
ପ୍ରଥମ ପର୍ଯ୍ୟୟରେ ବଲାଙ୍ଗୀର, ଗଞ୍ଜାମ, ଯାଜପୁର, ବରଗଡ଼ ଏବଂ ଢେଙ୍କାନାଳ ଜିଲାରେ ରୋଗୀଙ୍କୁ ଔଷଧ ଦିଆଯିବ। ଯେଉଁମାନେ ଔଷଧ ବାଣ୍ଟିବେ ସେମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଲିମ ଦିଆଯାଇଛି।
ସମ୍ବନ୍ଧିତ ଖବର ରକ୍ତ ସଫାକଲେ କମୁଛି ବୟସ
ଏପରିକି ଔଷଧ ବଣ୍ଟନ ପ୍ରକ୍ରିୟାକୁ ସୂଚାରୁ ରୂପେ ପାଳନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି ଯେଉଁ ସ୍ବାସ୍ଥ୍ୟକର୍ମୀ ଔଷଧ ବଣ୍ଟନ କରିବେ ଜିପିଏସ୍ ଜରିଆରେ ଟ୍ରାକ୍ କରାଯିବ ବୋଲି ସୂଚନା ମିଳିଛି।
Tags:



