ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର: ଲଗାଣ ବର୍ଷା ଯୋଗୁଁ ବ୍ୟାପିପାରେ ହଇଜା

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିିଛି । ଏହି କାରଣରୁ ଜଳ ପ୍ରଦୂଷଣ ହୋଇପାରେ । ଲଗାଣ ବର୍ଷା ଯୋଗୁ ହଇଜା , ଝାଡାବାନ୍ତି ବ୍ୟାପିପାରେ ବୋଲି ଆଜି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସତର୍କ କରାଇଛନ୍ତି । ଏନେଇ ସବୁ ଜିଲ୍ଲାର ସିଡିଏମଓଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଝାଡ଼ା ବାନ୍ତି ବ୍ୟାପିଥିବା ୭ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି […]

Samaya Live Picture
Published On

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିିଛି । ଏହି କାରଣରୁ ଜଳ ପ୍ରଦୂଷଣ ହୋଇପାରେ । ଲଗାଣ ବର୍ଷା ଯୋଗୁ ହଇଜା , ଝାଡାବାନ୍ତି ବ୍ୟାପିପାରେ ବୋଲି ଆଜି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସତର୍କ କରାଇଛନ୍ତି । ଏନେଇ ସବୁ ଜିଲ୍ଲାର ସିଡିଏମଓଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଝାଡ଼ା ବାନ୍ତି ବ୍ୟାପିଥିବା ୭ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ହଇଜା ବା ତରଳ ଝାଡ଼ା ଲକ୍ଷଣ:

ହଇଜା ରୋଗ ହେଲେ, ଦିନକୁ ଅତିକମ୍‌ରେ ତିନି ଥର ତରଳ ଝାଡ଼ା ହୋଇଥାଏ । ବାରମ୍ବାର ଝାଡ଼ା ହେବା ଦ୍ୱାରା ଦେହର ଜଳୀୟ ଅଂଶ ହ ୍ରାସ ହୁଏ, ଫଳରେ ଦୁର୍ବଳ ଲାଗିଥାଏ । ପରିସ୍ରାର ପରିମାଣ କମିଯାଏ ଓ ଚର୍ମ ଶେତା ଦେଖାଯାଏ । କେତେକ କ୍ଷେତ୍ରରେ ରୋଗୀଙ୍କୁ ଜ୍ୱର ହୋଇ ନାଡ଼ି ଦୃତ ହୁଏ ଓ ଗମ୍ଭୀର ଅବସ୍ଥା ହୋଇଥାଏ ।