ବନ୍ୟା ସ୍ଥିତି କୁ ନେଇ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ

ବନ୍ୟା ସ୍ଥିତି କୁ ନେଇ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ନିର୍ଦ୍ଦେଶକ ଓ ସିଡ଼ିଏମଓମାନଙ୍କ ସହିତ ସମୀକ୍ଷା ବୈଠକ କରାଯାଇଛି । ଭିସି ମାଧ୍ୟମରେ ସମସ୍ତ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଡ଼ି ହେବା ସହ ବନ୍ୟା ମୁକାବିଲା ନେଇ ଆଲୋଚନା ହୋଇଛି ।

ବୈଠକ ପରେ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ସମସ୍ତ ସିଡିଏମଓମାନଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଜିଲ୍ଲାରେ ପ୍ରସୂତି, ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟପ୍ରତି ସ୍ୱତନ୍ତ୍ର ଭାବେ ଯତ୍ନ ନିଆଯିବ । ରିଲିଫ୍‌ କ୍ୟାମ୍ପରେ ନିୟମିତ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ । ଆସନ୍ନ ପ୍ରସବାଙ୍କୁ ଆବଶ୍ୟକ ସ୍ଥଳେ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯିବ । ସମସ୍ତ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ କମିଶନର-ତଥା-ଶାସନ ସଚିବ ଅଶ୍ୱତୀ ଏସ୍‌ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବନ୍ୟା ସମୟରେ ସାପ କାମୁଡ଼ାର ଭୟ ମଧ୍ୟ ରହିଛି । ସେଥିପାଇଁ ସମସ୍ତ ମେଡିକାଲ ସାପ କାମୁଡ଼ା ପାଇଁ ଆଣ୍ଟି ସ୍ନେକ ଭେନମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।  

ଅନ୍ୟପଟେ ଉତ୍ତର ଓଡ଼ିଶା ବନ୍ୟା ସ୍ଥିତି ଜଟିଳ ରହିଛି । ତେଣୁ ଉତ୍ତର ଓଡ଼ିଶାର ସମସ୍ତ ମେଡିକାଲ କଲେଜକୁ ଆଲର୍ଟରେ ରଖାଯାଇଛି । ଆବଶ୍ୟକ ପଡିଲେ ସେହି ମେଡିକାଲ ଟିମକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । ତେଣୁ କୋଭିଡ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । କୋଭିଡ ସତର୍କତା ଦୃଷ୍ଟିରେ ରଖିଛୁ । ରାଜ୍ୟ ସରକାରଙ୍କ ଯାହା ଗାଇଡଲାଇନ ଆସିବ, ତାହାକୁ ଆମେ ପାଳନ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ  ।

 

Tags: