ବିଲ ମଝିରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

ବିଲ ମଝିରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର
Samaya Live News Picture
Published On

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁ-ସୁକୁପଡ଼ା ରାସ୍ତା ନିକଟସ୍ଥ ଏକ ଚାଷ ଜମିରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ନେଇଛନ୍ତି ଦୁର୍ବୁତ୍ତ । ମୃତ ଯୁବକ ହେଲେ ରାଜୁ ବାଗ । ଆଜି ସକାଳେ ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ କୋକସରା ପୋଲିସକୁ ଖବର ଦେଇଥିଲେ । ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଏହି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ଚଳାଇଛି, କିନ୍ତୁ କଟାମୁଣ୍ଡଟି ଏପର୍ଯ୍ୟନ୍ତ ମିଳିପାରି ନାହିଁ । ମୃତଦେହରେ ରହିଛି ଏକାଧିକ କ୍ଷତଚିହ୍ନ ଯାହାକୁ ନେଇ ହତ୍ୟା ସନ୍ଦେହ ଆହୁରି ଘନୀଭୂତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ଧର୍ମଗଡ଼ SDPO । ସବୁଠୁ ବଡ଼ କଥା ହେଉଛି ଏଯାଏଁ ମିଳିନି ମୃତ ଯୁବକଙ୍କ କଟାମୁଣ୍ଡ । ଡ୍ରନ ସାହାଯ୍ୟରେ କଟା ମୁଣ୍ଡ ଖୋଜୁଛି କୋକସରା ପୋଲିସ ।

Tags: