ଓଡ଼ିଶାରେ HCL tech ପ୍ରତିଷ୍ଠା କରିବ ଗ୍ଲୋବାଲ ଡେଲିଭରୀ ସେଣ୍ଟର

ଓଡ଼ିଶାରେ HCL tech ପ୍ରତିଷ୍ଠା କରିବ ଗ୍ଲୋବାଲ ଡେଲିଭରୀ ସେଣ୍ଟର
Samaya Live News Picture
Published On

ଭୁବନେଶ୍ୱର: ଓଡ଼ିଶାର ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କ୍ଷେତ୍ରରେ ଏକ ନୂଆ ଏବଂ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଓଡ଼ିଶାରେ ଏଚସିଏଲ୍ ଟେକ୍ ପ୍ରତିଷ୍ଠା କରିବ ଗ୍ଲୋବାଲ ଡେଲିଭରୀ ସେଣ୍ଟର । ଦେଶର ପ୍ରମୁଖ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଏଚସିଏଲ୍ ଟେକ୍ ରାଜଧାନୀ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ହବ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି । ଏଚସିଏଲ୍ ଟେକ୍ ଓ ସର୍ଭମ୍ ଏଆଇ ସହ ରାଜ୍ୟ ସରକାର MOU ସ୍ଵାକ୍ଷର କରିଛନ୍ତି । ଏହାଦ୍ଵାରା ଓଡ଼ିଶାରେ ସ୍ୱଦେଶୀ AI କ୍ଷମତା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏହି ବିଶାଳ ପ୍ରକଳ୍ପ ଓଡ଼ିଶାର ଆର୍ଥିକ ବିକାଶ ତଥା ବୈଷୟିକ ଦକ୍ଷତା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । 

ଏହି ଏଆଇ ହବ୍ ପ୍ରତିଷ୍ଠା ହେବା ଦ୍ୱାରା ରାଜ୍ୟରେ ଆଇଟି ବିଶେଷଜ୍ଞଙ୍କ ପାଇଁ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରକଳ୍ପ ପାଇଁ ଏଚସିଏଲ୍ ଟେକ୍ ପକ୍ଷରୁ ପ୍ରାୟ ୭୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଭୁବନେଶ୍ୱର ଏବେ ଦେଶର ଏକ ଉଦୀୟମାନ ଆଇଟି ଡେଷ୍ଟିନେସନ୍ ଭାବେ ଉଭା ହେଉଥିବା ବେଳେ ଏହି ବିପୁଳ ପୁଞ୍ଜିନିବେଶ ରାଜ୍ୟର ବୈଷୟିକ ଭିତ୍ତିଭୂମିକୁଆଢ଼ୀଙ୍କ ସୁଦୃଢ କରିବ ।

 

Tags: