ହରଭଙ୍ଗାରେ ଭୂ-କମ୍ପ ଝଟକା

ହରଭଙ୍ଗାରେ ଭୂ-କମ୍ପ ଝଟକା
Samaya Live News Picture
Published On

ବୌଦ୍ଧ : ରାଜ୍ୟରେ ଭୂ-କମ୍ପ ଝଟକା । ଆଜି ଅପରାହ୍ନ ସାଢେ ୧୨ ଟା ବେଳେ ବୌଦ୍ଧ ଜିଲା ହରଭଙ୍ଗା ଠାରେ  ମୃଦୁ ଭମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପ୍ରଭାବରେ ଘରଦ୍ୱାର ଥରି ଉଠିବା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଘରୁ ବାହାରକୁ ଦୌଡ଼ିଥିଲେ ।  ଗ୍ରାମର ବଜାରସାହି, ଟିକିରାସାହି, ଜଗନ୍ନାଥ ସାହି, ପ୍ରଧାନସାହି, ବନ୍ଧସାହି, କୁଲିସାହି, ମେଡିକାଲ ଛକ, ଦଳିତସାହି, ବେତ୍ରାସାହି ସମେତ କଲେଜ, ହାଇସ୍କୁଲ ସମେତ ପୁରା ଗ୍ରାମରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଯଦିଓ ଭୂମିକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତଥାପି ବ୍ୟାଙ୍କ, ପୋଷ୍ଟଅଫିସ, ମେଡିକାଲ,ଥାନା, ସମବାୟ ସମିତି ଆଦି କାର୍ଯ୍ୟାଳୟର କର୍ମଚାରୀ ଭୟଭୀତ ଅବସ୍ଥାରେ ଏଣେତେଣେ ଦୌଡ଼ିଥିବା ଦେଖିବାକୁ ମିଳିଛି ।

 

 

 

 

Tags: