ରସୁଲଗଡ଼ ଛକରୁ ଅର୍ଦ୍ଧ ଦଗ୍ଧ ଯୁବକ ଉଦ୍ଧାର

ରସୁଲଗଡ଼ ଛକରୁ ଅର୍ଦ୍ଧ ଦଗ୍ଧ ଯୁବକ ଉଦ୍ଧାର
Samaya Live News Picture
Published On

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ। ରସୁଲଗଡ଼ ଟ୍ରାଫିକ ଛକରୁ ଜଣେ ଅର୍ଦ୍ଧ ଦଗ୍ଧ ଯୁବକଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ନାଁ ମଙ୍ଗୁ ଡାକୁଆ । ତାଙ୍କ ଘର ଭଞ୍ଜନଗର ଅଂଚଳରେ ହୋଇଥିବାବେଳେ ଏଠାରେ ସେ ବାରିକ କାମ କରୁଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସରେ ଭର୍ତ୍ତି କରିଛି ପୁଲିସ । ତେବେ କେଉଁ ପରିସ୍ଥିତିରେ ତାଙ୍କ ଦେହରେ ନିଆଁ ଲାଗିଲା, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ତଦନ୍ତରୁ ବାହାରେ ନିଆଁ ଜଳୁଥିବା ସମୟରେ ହଠାତ୍ ତାଙ୍କ ଦେହରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ଘଟଣାଟି ଅସାବଧାନତାରୁ ଘଟିଛି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ଏବେ ତଦନ୍ତ ଜାରି ରହିଛି ।

 

Tags: