ସମ୍ବଲପୁରରୁ ଧରାପଡ଼ିଲା ୨କୋଟି ଟଙ୍କାର ଗୁଟଖା

ସମ୍ବଲପୁରରୁ ଧରାପଡ଼ିଲା ୨କୋଟି ଟଙ୍କାର ଗୁଟଖା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ତମାଖୁ ଓ ନିକୋଟିନ୍‌ଯୁକ୍ତ ସମସ୍ତ ଉତ୍ପାଦ ଉପରେ କଟକଣା ଲଗାଇବା ପରେ ରାଜ୍ୟର ବିଭିନ୍ନ ସହରରେ ତମାଖୁ ପଦାର୍ଥ ଉଭାନ୍ ହୋଇ ଯାଇଛି। କିନ୍ତୁ କିଛି ଅସାଧୁ ବ୍ୟବସାୟୀ ବଜାରରେ ଏହାକୁ ବିକ୍ରି କରି ମାଲାମାଲ ହେଉଥିବା ଦେଖିବାକୁ ମିଳୁଛି । ସରକାରଙ୍କ ନିଷ୍ପତ୍ତିକୁ ଅବମାନନା କରୁଥିବା ନଜରକୁ ଆସିଲେ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର ଆସନ୍ତା ୬ରୁ ଧଉଳି-କଳିଙ୍ଗ ମହୋତ୍ସବ

ଆଜି ସକାଳେ ସମ୍ବଲପୁରରୁ ଧରାପଡ଼ିଲା ୨କୋଟି ଟଙ୍କାର ଗୁଟଖା । ରାୟପୁରରୁ ସମ୍ବଲପୁର ଆସୁଥିବା ବେଳେ ଟ୍ରକ ଭର୍ତ୍ତି ଗୁଟଖା ଜବତ କରିଛି ଜିଏସଟି ବିଭାଗ । GST ଫାଙ୍କିବାକୁ ମାତ୍ର ୨୦ଟି ବ୍ୟାଗ ଗୁଟଖା ଲୋଡ୍ ହୋଇଥିବା ବିଲରେ ଉଲ୍ଲେଖ ହୋଇଥିବା ବେଳେ, ଗାଡି ଫୁଲ ଲୋଡିଂ ହୋଇଥିଲା ।  

ସମ୍ବନ୍ଧିତ ଖବର  ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ,୨ଟି ସ୍ଥାନରେ ଚଢ଼ାଉ

ସୂଚନାନୁସାରେ,ଗତ ୨୧ ତାରିଖରେ ରାଜ୍ୟରୁ ତମାଖୁ, ନିକୋଟିନ୍‌ଯୁକ୍ତ ସମସ୍ତ ଉତ୍ପାଦ ନିଷିଦ୍ଧ କରାଯାଇଛି  । ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କରିଥିଲେ। ତେବେ ସମ୍ବଲପୁରରୁ ଗୁଟଖାକୁ କିଏ ମଗାଇଥିଲେ, କେଉଁଠି ବିକ୍ରି କରିବାର ଯୋଜନା ଥିଲା ? ଜବତ ଗୁଟଖା ଅସଲି ନା ନକଲି ? ସେନେଇ ଏଯାଏ ସ୍ପଷ୍ଟ ସୂଚନା ମିଳିପାରିନି ।

ସମ୍ବନ୍ଧିତ ଖବର ନିୟମ ଅନୁଯାୟୀ ପଞ୍ଚାୟତ ନିର୍ବାଚନ ହେବା ଦରକାର - ଭକ୍ତ

Tags: