ସତୀଶ ଧାୱନ ମହାକାଶ କେନ୍ଦ୍ରରୁ GSLV-F18 ରକେଟ୍ର ସଫଳ ଉତ୍କ୍ଷେପଣ
ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ GSLV-F18 ରକେଟ୍ର ସଫଳ ଉତ୍କ୍ଷେପଣ କରିଛି । ୩୦ ଅକ୍ଟୋବର ୨୦୨୬ ରିଖ ବିଳମ୍ବିତ ରାତି ୧୧ଟା ୫୧ ମିନିଟରେ ରକେଟ୍ର ର ସଫଳ ପରୀକ୍ଷଣ ହୋଇଛି । GSLV-F18 ହେଉଛି ଭାରତର GSLV ରକେଟ୍ର ୨୦ତମ ଉଡ଼ାଣ। ଏହି ରକେଟ୍ ନିଜ ସହିତ ଭାରତର ପରବର୍ତ୍ତୀ ପିଢ଼ିର ନାଭିଗେସନ୍ ଉପଗ୍ରହ NVS-03 କୁ ମହାକାଶକୁ ନେଇଯାଇଛି ଏବଂ ଏହାକୁ ନିର୍ଦ୍ଧାରିତ 'ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅର୍ବିଟ୍' (GTO) ରେ ସଫଳତାର ସହ ସ୍ଥାପିତ କରିଛି ।
NVS-03 ହେଉଛି ଭାରତର ସ୍ୱଦେଶୀୟ ନାଭିଗେସନ୍ ସିଷ୍ଟମ୍ (NavIC) କୁ ଆହୁରି ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ, ଯେଉଁଥିରେ ସ୍ଵଦେଶୀୟ ପରମାଣୁ ଘଡ଼ି ଏବଂ L1 ବ୍ୟାଣ୍ଡ କ୍ଷମତା ରହିଛି ।
ଇସ୍ରୋର ବରିଷ୍ଠ ବୈଜ୍ଞାନିକମାନଙ୍କ ଉପସ୍ଥିତିରେ ଏହି ଜଟିଳ ଉତ୍କ୍ଷେପଣ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ପ୍ରାୟ ୫୦ ମିଟର ଉଚ୍ଚତା ବିଶିଷ୍ଟ ଏହି ବିଶାଳ ରକେଟ୍ରେ ୨,୨୩୨ କିଲୋଗ୍ରାମ ଓଜନର ‘ଏନ୍ଭିଏସ୍-୦୩’ ଉପଗ୍ରହକୁ ସଂଯୋଗ କରାଯାଇଥିଲା । ଉତ୍କ୍ଷେପଣର କିଛି ଘଣ୍ଟା ପୂର୍ବରୁ ରକେଟ୍ର ସମସ୍ତ ସ୍ତରରେ ଇନ୍ଧନ ଭରିବା ପ୍ରକ୍ରିୟା ଶେଷ ହେବା ସହ କାଉଣ୍ଟଡାଉନର ଚୂଡ଼ାନ୍ତ ପର୍ଯ୍ୟାୟରେ ଏହା ସଫଳତାର ସହ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।
ଇସ୍ରୋ ବୈଜ୍ଞାନିକମାନଙ୍କ ସୂଚନା ଅନୁଯାୟୀ, କ୍ରାୟୋଜେନିକ୍ ସ୍ତରର ଶକ୍ତିଶାଳୀ ପ୍ରଭାବରେ ‘ଏନ୍ଭିଏସ୍-୦୩’ ଉପଗ୍ରହ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିବା ପରେ ରକେଟ୍ରୁ ସଫଳତାର ସହ ପୃଥକ ହୋଇଥିଲା। ଏହି ଉପଗ୍ରହରେ ସ୍ୱଦେଶୀ ଆଣବିକ ଘଣ୍ଟା ପ୍ରଯୁକ୍ତି ରହିଛି । ଭାରତର ନିଜସ୍ୱ ଅବସ୍ଥାନ ନିର୍ଣ୍ଣୟ, ନେଭିଗେସନ୍ ଓ ସମୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ଏହା ମୁଖ୍ଯ ସହାୟକ ହେବ ।




