ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର,ଶୀଘ୍ର ଲାଗୁହେବ ମୁଖ୍ୟମନ୍ତ୍ରୀ ବସ ସେବା - ମନ୍ତ୍ରୀ

ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର,ଶୀଘ୍ର ଲାଗୁହେବ ମୁଖ୍ୟମନ୍ତ୍ରୀ ବସ ସେବା - ମନ୍ତ୍ରୀ

ଭୁବନେଶ୍ୱର : ପ୍ରଦୂଷଣ ପ୍ରମାଣପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର । ପରିବହନ ବିଭାଗ ଷ୍ଟିକର ଯୋଗାଇଦେବ । ଯେଉଁ ଗାଡ଼ିରେ ପ୍ରଦୂଷଣ ସାର୍ଟିଫିକେଟ ନଥିବ,ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଗକୁ ସଡକ ସୁରକ୍ଷା ମାସ ଆସୁଥିବାରୁ PUCC କୋହଳ କରାଯାଇଛି । ୨୦୧୯ ରୁ ବର୍ଦ୍ଧିତ ଜୋରିମାନାର ହାର ମଧ୍ୟ କମାଇବାକୁ ସରକାର ଆଲୋଚନା କରୁଥିବା କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ଅନ୍ୟ ରାଜ୍ୟରେ ଜୋରିମାନ ସହ ଓଡ଼ିଶାର ଜୋରିମାନା ରାଶି ତୁଳନା କରି ତର୍ଜମା କରିବୁ ବୋଲି  ସୂଚନା ଦେଇଛନ୍ତି  ମନ୍ତ୍ରୀ । 

ସମ୍ବନ୍ଧିତ ଖବର କାର୍ଯ୍ୟରେ ଯୋଗ ଦିଅନ୍ତୁ ଡାକ୍ତର - ସ୍ୱାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ଗାଡ଼ିଗୁଡିକ ପାଇଁ ଜାନୁଆରୀ ୧ ସୁଦ୍ଧା ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ବ। PUCC ବାଧ୍ୟତାମୂଳକ କରିଥିଲେ ରାଜ୍ୟ ସରକାର । ବିନା ପ୍ରମାଣ ପାତ୍ରରେ ପେଟ୍ରୋଲ ମନା ଥିଲା । ଏନେଇ ପେଟ୍ରୋଲ ପମ୍ପ ଗୁଡିକରେ ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ ଗାଡ଼ି ଚାଳକ । ତେବେ ଏହାକୁ କୋହଳ କରାଯାଇ ଫେବୃଆରୀ ୧ କରାଯାଇଛି । ଏହି ବର୍ଦ୍ଧିତ ସମୟସୀମା ମଧ୍ୟରେ ସମସ୍ତେ PUCC କରାଇ ନେବାକୁ କୁହାଯାଇଛି I ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା । ପ୍ରଦୂଷଣ ଯାଞ୍ଚ ସରିଥିବା ସମସ୍ତ ଗାଡିରେ ଗ୍ରୀନ ଷ୍ଟିକର ଲାଗିବ । ସେହିପରି ନୂଆ ଓ ପୁରୁଣା ସବୁ ଗାଡ଼ିକୁ ପ୍ରମାଣ ମିଳୁଥିବାରୁ ଘାଟଣା ତର୍ଜମା କରାଯାଉଛି ଏବଂ ଯେଉଁ ଗାଡ଼ିରୁ ଜୋରିମାନା ଆଦାୟ ସରିଛି ତାହାର ମଧ୍ୟ ବିଚାର କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।

ସମ୍ବନ୍ଧିତ ଖବର ୪ ଭକ୍ତ ନିବାସର ପାର୍କିଂ ଫି'ବୃଦ୍ଧି ନିଷ୍ପତ୍ତି

ସେହିପରି ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବସ ସେବା (MBS) । ୧୪୨୨ ଖଣ୍ଡ ବସରେ ମାଗଣାରେ ସ୍କୁଲ ଯିବେ ପିଲା । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଛି । ପରିବହନ ବିଭାଗ ଯେମିତି କ୍ଷତି ନ ସହିବ ସେନେଇ ଆଲୋଚନା ହୋଇଛି ।  ସ୍କୁଲ୍ ୟୁନିଫର୍ମ ଓ ଆଇକାର୍ଡ ଦେଖାଇ ଛାତ୍ରଛାତ୍ରୀମାନେ ଏହି ସେବା ପାଇପାରିବେ। କେଉଁ ରୁଟ୍‌ରେ କେତେ ବସ୍‌ ଚାଲିବ, ତାହା OSRTC ସ୍ଥିର କରିବ। ଡ୍ରପ ଆଉଟ ରୋକିବା ପାଇଁ କେବଳ ଗ୍ରାମାଞ୍ଚଳ ସ୍କୁଲ୍ ରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବା ନେଇ ସୂଚନା ରହିଛି । 
 

ସମ୍ବନ୍ଧିତ ଖବର ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

Tags: