ସହରାଞ୍ଚଳରେ ଘରଭଡା ଯୋଗାଇଦେବେ ସରକାର

ସହରାଞ୍ଚଳରେ ଘରଭଡା ଯୋଗାଇଦେବେ ସରକାର

ଭୁବନେଶ୍ୱର : ନିମ୍ନ ମଧ୍ୟବିତଙ୍କ ପାଇଁ ସହରାଞ୍ଚଳରେ ସୁଲଭ ମୂଲ୍ୟରେ ଘରଭଡା ଯୋଗାଇଦେବେ ସରକାର I ଏଥିପାଇଁ ଏକ ନୂଆଯୋଜନା କରିବାକୁ ଯାଉଛନ୍ତି  ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହର ୨.୦ ଅଧୀନରେ ସୁଲଭ ଭଡ଼ା ବାସଗୃହ (ଏଆରଏଚ୍‌) କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏଣିକି ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ। ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ ବୋଲି ଜଣାପଡ଼ଛି।

ସମ୍ବନ୍ଧିତ ଖବର ଯୁଦ୍ଧର ପ୍ରଭାବ ବଢ଼ିଲା ସୁନା ଦର

ସରକାରୀ ଘର ଚିହ୍ନଟ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି । ବିଶେଷ କରି କର୍ମଜୀବୀ ମହିଳାମାନଙ୍କୁ ଭଡ଼ାରେ ଘର ଦିଆଯିବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ ଅନୁଯାୟୀ ଭଡ଼ା ମିଳିବ।

ସମ୍ବନ୍ଧିତ ଖବର କୋଇଡା ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ

ଗାଇଡ୍‌ଲାଇନ ଅନୁଯାୟୀ ୨ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଦିଆଯିବ। ପ୍ରଥମେ ସରକାରୀ ଘରକୁ ପବ୍ଲିକ ଏଜେନ୍ସି ମାଧ୍ୟମରେ ଭଡ଼ା ଦିଆଯିବ। ଦ୍ୱିତୀୟରେ ବେସରକାରୀ ସଂସ୍ଥା ଘର ତିଆରି କରି ଗରିବଙ୍କୁ ଭଡ଼ା ଦେବେ। ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

ସମ୍ବନ୍ଧିତ ଖବର ଭକ୍ତ ଦାସଙ୍କ ସହ ଫୋନରେ ଏବଂ ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ

ଏକ ସର୍ଭେ କରି ସ୍ଥାନୀୟ ପ୍ରଶାସନ ଘରଭଡ଼ା ନିର୍ଦ୍ଧାରଣ କରିବେ। ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଦୁଇ ବର୍ଷରେ ଘର ଭଡ଼ା ୮ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ। ତେଣୁ ସହରାଞ୍ଚଳରେ ଖାଲି ପଡ଼ିଥିବା କିମ୍ବା ଅବ୍ୟବହୃତ ଘରଗୁଡ଼ିକ ଚିହ୍ନଟ ଆବଶ୍ୟକ। ସେଗୁଡ଼ିକୁ ଭଡ଼ା ସୂତ୍ରରେ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ପାଢ଼ୀ ନିଜ ପତ୍ରରେ ଦର୍ଶାଇଛନ୍ତି।

Tags: