ଭାଗ ଚାଷୀଙ୍କ ପାଇଁ ନୂଆ ଆଇନ ଆଣିବେ ସରକାର

ଭାଗ ଚାଷୀଙ୍କ ପାଇଁ ନୂଆ ଆଇନ ଆଣିବେ ସରକାର

ଭୁବନେଶ୍ୱର :  ରାଜ୍ୟରେ ଭାଗ ଚାଷୀଙ୍କ ପାଇଁ ନୂଆ ଆଇନ ଆଣିପାରନ୍ତି ସରକାର । ଏନେଇ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ହୋଇପାରିଲେ ଭାଗଚାଷୀମାନେ ସରକାରୀ ସୁବିଧା ପାଇ ପାରିବେ ।  ଆଜି ରାଜସ୍ୱ ବିଭାଗର ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ ଅବସରରେ ରାଜସ୍ୱ ବିଭାଗ ବିଚାର କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । 

ସମ୍ବନ୍ଧିତ ଖବର  ୨୮.୨.୨୦୨୬ ଶନିବାର 

ଭାଗ ଚାଷୀଙ୍କୁ ଆଇନଗତ ସୁରକ୍ଷା ଦେବାକୁ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ  କହିଛନ୍ତି। ଏନେଇ ରାଜସ୍ୱ ବିଭାଗ ବିଚାର କରିବାକୁ କହିଛନ୍ତି। ଏହି ଆଇନ ଆସିଲେ ଭାଗ ଚାଷୀମାନେ ମଧ୍ୟ ସରକାରୀ ସୁବିଧା ପାଇପାରିବେ। 

ସମ୍ବନ୍ଧିତ ଖବର ଭୁବନେଶ୍ୱର-ଦୁବାଇ ବିମାନ ଉଡାଣ ବାତିଲ

ସେହିପରି ଭାଗ ଚାଷୀ ପ୍ରସଙ୍ଗରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି ଯେ, ଭାଗ ଚାଷୀ ଆଇନ ପ୍ରସଙ୍ଗରେ କୃଷି ବିଭାଗ, ସମବାୟ ବିଭାଗ ସହିତ ଆଲୋଚନା ହୋଇଛି। ଆଗକୁ ବିଭିନ୍ନ ଷ୍ଟେକ୍ ହୋଲ୍ଡର୍ସଙ୍କ ସହିତ ଆଲୋଚନା କରାଯିବ। ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି। ବାହାର ରାଜ୍ୟର ଆଇନକୁ ମଧ୍ୟ ଅନୁଧ୍ୟାନ କରାଯାଉଛି।

ସମ୍ବନ୍ଧିତ ଖବର ମାଓମୁକ୍ତ ହେବ ଗନ୍ଧମାର୍ଦ୍ଧନ

 

Tags: