ଶିକ୍ଷକଙ୍କ ସହ ଅଛନ୍ତି ସରକାର - ମନ୍ତ୍ରୀ

ଶିକ୍ଷକଙ୍କ ସହ ଅଛନ୍ତି ସରକାର - ମନ୍ତ୍ରୀ

ଭୁବନେଶ୍ୱର: ରାଜରାସ୍ତାରେ ଜାରି ରହିଛି ଶିକ୍ଷକଙ୍କ ଆନ୍ଦୋଳନ । ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଆନ୍ଦୋଳନରୁ  ଓହରିଯାଆନ୍ତୁ ଶିକ୍ଷକ । ସରକାର ଶିକ୍ଷକଙ୍କ ସହ ଅଛନ୍ତି । ତାଙ୍କ ଦାବି ପୂରଣ ନେଇ ସରକାର ବିଚାର କରୁଛନ୍ତି । ତାଙ୍କ ଦାବିକୁ ନେଇ ସରକାର  ସକାରାତ୍ମକ ଅଛନ୍ତି । ସହଯୋଗ କରନ୍ତୁ  ପିଲାଙ୍କୁ  ପାଠ  ପଢାନ୍ତୁ  । 

ସମ୍ବନ୍ଧିତ ଖବର ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହ

ସୂଚନାଥାଉକି, ଦୁଇ ଦିନ ହେବ ରାଜରାସ୍ତାକୁ ଓହ୍ଲାଇ ପ୍ରାଥମିକ ଶିକ୍ଷକ ଗର୍ଜନ କରୁଛନ୍ତି । ଦୁଇ ଦଫା ଦାବି ନେଇ ହଜାର ହଜାର ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।  ମୂଳ ପଦବୀ ଅପଡେଟ କରି ଲେବଲ ୯ ଅନୁଯାୟୀ, ମୂଳ ବେତନ  ୩୫ ହଜାର ୪ଶହ ଟଙ୍କା ପ୍ରଦାନ ଏବଂ ଦ୍ୱିତାୟ ଦାବି ସେମାନଙ୍କର ରହିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରସ୍ଥା ଉଚ୍ଛେଦ କରି ୨୦୦୧ ମସିହାରୁ  ଅଦ୍ୟାବଧି କାର୍ଯ୍ୟରତ ସମସ୍ତ  ଶିକ୍ଷକମାନଙ୍କର ଠିକାକାର୍ଯ୍ୟ  କାର୍ଯ୍ୟକାଳକୁ ମୂଳ ଚାକିରୀରେ  ଗଣନା କରିବା ସହିତ ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା , ଏବଂ ରାଜ୍ୟରେ କାର୍ଯ୍ୟରତ ୧ ଲକ୍ଷ  ୫୦ ହଜାରରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ , ଶିକ୍ଷୟିତ୍ରୀ  ଦୀର୍ଘ ଦିନରୁ ଏ ଦାବି କରିଆସୁଛନ୍ତି।

ସମ୍ବନ୍ଧିତ ଖବର ହାଇୱା ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ

 

ସମ୍ବନ୍ଧିତ ଖବର ନାମାଙ୍କନ ଦାଖଲ କଲେ ମନମୋହନ ସାମଲ ଓ ସୁଜିତ କୁମାର

Tags: