ଗ୍ୟାସ ର ବିକଳ୍ପ ବ୍ୟବହାର ପାଇଁ ସରକାରଙ୍କ ପରାମର୍ଶ
ଭୁବନେଶ୍ୱର : ସାରା ବିଶ୍ୱରେ ପ୍ରଭାବ ପକାଇଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଅର୍ଦ୍ଧେକ ବିଶ୍ୱ ସହ ଆମ ଦେଶରେ ମଧ୍ୟ ଅର୍ଥନୀତି ବିଗିଡି ଯାଇଛି । ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଦିନକୁ ଦିନ ଦେଶରେ ଉତ୍କଟ ହେବାରେ ଲାଗିଛି ରନ୍ଧନ ଗ୍ୟାସ ସମସ୍ୟା । ଆଗକୁ ସମ୍ଭାବ୍ୟ ଗ୍ୟାସ ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର ହୋଟେଲ ଓ ରେସ୍ତୋରାଁ ମାନଙ୍କୁ ଗ୍ୟାସ ର ବିକଳ୍ପ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କୁ ପିଏନଜି, ବିଦ୍ୟୁତ ଓଭେନ୍, ଇଣ୍ଡକ୍ସନ୍, ବୃହତ୍ ରନ୍ଧନ କାର୍ଯ୍ୟ ପାଇଁ ଷ୍ଟିମ୍ କୁକିଂ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।
ଏହା ବ୍ୟତୀତ ଏଲପିଜି ଗ୍ୟାସର ଅବୈଧ ଗଚ୍ଛିତ ଏବଂ ସଂଗ୍ରହ ଉପରେ ପ୍ରତ୍ୟେକ ଜିଲ୍ଲା ଗୁଡିକରେ ଏନଫୋର୍ସମେଂଟ ସ୍କ୍ୱାର୍ଡଦ୍ବାରା ତୀକ୍ଷ୍ଣ ନଜର ରଖାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଅଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
Tags:



