ସରକାରଙ୍କ କନ୍ୟା ବିବାହ ଯୋଜନା,ଉତ୍କଳିକାରୁ କିଣାଯିବ ବିବାହ ସାମଗ୍ରୀ

ସରକାରଙ୍କ କନ୍ୟା ବିବାହ ଯୋଜନା,ଉତ୍କଳିକାରୁ କିଣାଯିବ ବିବାହ ସାମଗ୍ରୀ

ଭୁବନେଶ୍ୱର : ଗରିବ ଓ ଅସହାୟ ପରିବାରର ଝିଅମାନଙ୍କ ପାଇଁ ରାଜ୍ୟ ସରକାର ଆଣିଲେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅମାନଙ୍କୁ ଶାଢୀ, ଚୁଡ଼ି, ପାଉଁଜି, ବିନ୍ଦି ଭଳି ବ୍ୟବହାର ସାମଗ୍ରୀ ଦିଆଯିବ ଉପହାର । ଉତ୍କଳିକା ମାଧ୍ୟମରେ ସରକାର ହିତାଧିକାରୀଙ୍କୁ ଏହି ସାମଗ୍ରୀ ଯୋଗାଇ ଦେବେ। ଏହାଦ୍ଵାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଉତ୍କଳିକା ଏବଂ ମହିଳା ଓ ଶିଶୁ ବିକାଶ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏନେଇ ପ୍ରଭାତୀ କହିଛନ୍ତି , ତିଥି ଆସିଲେ ବିବାହ ଆରମ୍ଭ ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚଛି ।

ସମ୍ବନ୍ଧିତ ଖବର ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁକନ୍ୟା

ଏହି ଯୋଜନାରେ ବିବାହ ସମୟରେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ସହ ଉପହାର ଦିଆଯିବ। ସରକାର ମୋଟ୍ ୫୧ ହଜାର ଟଙ୍କା ସହାୟତା ରାଶି ଦେବେ। ବାହାଘର ପଞ୍ଜୀକରଣ ହେବାର ୭ ଦିନ ପରେ ହିତାଧିକାରୀଙ୍କ ଆକାଉଣ୍ଟକୁ ୩୫ ହଜାର ଟଙ୍କା ଯିବ। ସରକାର ଉପହାର ପାଇଁ ୧୦ ହଜାର ଓ ସାଜସଜା ପାଇଁ ୬ ହଜାର ଟଙ୍କା ଦେବେ। ଏଥିପାଇଁ ଝିଅର ବୟସ ସର୍ବନିମ୍ନ ୧୮ ବର୍ଷ ହୋଇଥିବା ଆବଶ୍ୟକ। ପ୍ରଥମ ଥର ବିବାହ କରୁଥିବା ଯୁବତୀଙ୍କୁ ଏହି ସୁବିଧା ମିଳିବ। ବର କନ୍ୟା ଉଭୟ ଓଡ଼ିଶାର ହେଇଥିବା ଦରକାର । ଯେଉଁମାନେ ଗରିବ ସେଇମାନେ ଏଥିରେ ଲାଭ ପାଇବେ। ବିଧବା ମଧ୍ୟ ଆଉ ଥରେ ବାହାହେଲେ ଏହାର ଲାଭ ପାଇପାରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଗାଇଡଲାଇନ ଆସିଥିବା ବେଳେ ଆଜି ଉତ୍କଳିକା ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ସମ୍ବନ୍ଧିତ ଖବର ମୁକୁଳା ଡ୍ରେନ ନେଲା ଜୀବନ

 

ସମ୍ବନ୍ଧିତ ଖବର ପରୀକ୍ଷାର୍ଥୀଙ୍କୁ ସିବିଆଇ ସମନ

Tags: