ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାର ସକାରାତ୍ମକ ଅଛନ୍ତି - ମନ୍ତ୍ରୀ
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାର ସକାରାତ୍ମକ ଅଛନ୍ତି । କଲେଜ ସଂସଦ ନିର୍ବାଚନ ବନ୍ଦ ହୋଇନାହିଁ ,ଏ ଦିଗରେ ବିଚାର ବିମର୍ଶ ଚାଲିଛି । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କେବେ ହେବ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଗୃହରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ।
ରାଜ୍ୟର ବିଭିନ୍ନ ସରକାରୀ ଏବଂ ଘରୋଇ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ସରକାର ବନ୍ଦ କରିଛନ୍ତି କି ଏବଂ ଏହାର କାରଣ କଣ, ଛାତ୍ର ସଂସଦ ନିର୍ବାଚନ ଦ୍ବାରା ରାଜନୀତିରେ ନୂତନ ପିଢ଼ିଙ୍କୁ ସୁଯୋଗ ମିଳୁଥିଲା କି, ବୋଲି ପ୍ରଶ୍ନ କରିଥିଲେ ବିଧାୟକ ତାରା ବାହିନୀପତି ।
ଏଥିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖି କହିଛନ୍ତି, ରାଜ୍ୟରେ ବନ୍ଦ ହୋଇନି ଛାତ୍ର ସଂସଦ ନିର୍ବାଚନ । ହେଲେ ୨୦୧୯ରୁ କୌଣସି ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ହୋଇନି । ବିଜେପି ସରକାର ଆସିବାର ଦୁଇ ବର୍ଷ ପରେ ବି ଏହି ନିର୍ବାଚନ ହୋଇ ପାରିନି । ତେବେ ଛାତ୍ର ସଂସଦ ନନିର୍ବାଚନ ବନ୍ଦ ହୋଇନି ବୋଲି ଗୃହକୁ ଅବଗତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।



