ଅଙ୍ଗନବାଡି ଶିଶୁଙ୍କ ପୋଷାକ ମୂଲ୍ୟ ବୃଦ୍ଧି କଲେ ସରକାର

ଅଙ୍ଗନବାଡି ଶିଶୁଙ୍କ ପୋଷାକ ମୂଲ୍ୟ ବୃଦ୍ଧି କଲେ ସରକାର

ଭୁବନେଶ୍ୱର : ଏଣିକି ଅଙ୍ଗନବାଡି ଶିଶୁ ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ । ଅଙ୍ଗନବାଡି ଶିଶୁଙ୍କ ପୋଷାକ ସରକାରୀ ମୂଲ୍ୟ ବୃଦ୍ଧି କରାଯାଇଛି  । ପୁଅଙ୍କ ପୋଷାକ ମୂଲ୍ୟ ବୃଦ୍ଧି ହୋଇ ୧୦୦ ଟଙ୍କାରୁ ୧୭୫ ଟଙ୍କା ହୋଇଥିବାବେଳେ ଝିଅଙ୍କ ପୋଷାକ ମୂଲ୍ୟ ୧୫୦ ରୁ ୨୫୦ ଟଙ୍କା ହୋଇଛି । ସେହିପରି ଜୋତାର ମୂଲ୍ୟ ୧୦୦ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି  ।  ସେହିପରି ସ୍ବେଟର - ୧୫୦ ଟଙ୍କାରୁ ୨୦୦ ଟଙ୍କାକୁ ବୃଦ୍ଧି ହୋଇଛି I

ସମ୍ବନ୍ଧିତ ଖବର ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରୱାନା ଜାରି

ପିଲାମାନେ ଯେଭଳି ଉନ୍ନତ ମାନର ଏବଂ ଆରାମଦାୟକ ପୋଷାକ ପାଇପାରିବେ, ସେଥିପାଇଁ ମାଳତୀ ଦେବୀ ପ୍ରାକ ପରିଧାନ ଯୋଜନାରେ ଏହାକୁ ବୃଦ୍ଧି କରାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ । ଏହା ଦ୍ବାରା ରାଜ୍ୟର ୭୪,୨୨୪ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ପ୍ରାୟ ୧୪.୭୬ ଲକ୍ଷରୁ ଅଧିକ ପ୍ରାକ୍-ବିଦ୍ୟାଳୟ ଶିଶୁ ଉପକୃତ ହେବେ । ଏହି ଅତିରିକ୍ତ ବ୍ୟୟବରାଦକୁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।

ସମ୍ବନ୍ଧିତ ଖବର ସନ୍ଧ୍ୟାରେ ବସିବ ବିଜେଡି ବୈଠକ

Tags: