ଜଟିଳ ରୋଗ ଔଷଧ ପାଇଁ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କଲେ ସରକାର

୩୯ଟି ଔଷଧର ଦର ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର

ଜଟିଳ ରୋଗ ଔଷଧ ପାଇଁ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କଲେ ସରକାର
Samaya Live News Picture
Published On

ଭୁବନେଶ୍ବର : ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ପ୍ରତି ଔଷଧ ଦୋକାନ ସାମ୍ନାରେ ଔଷଧର ଦର ସମ୍ପର୍କରେ ଚିଠା ଲାଗିବ । କେନ୍ଦ୍ର ସରକାର ୩୯ ଟି ଔଷଧର ନିର୍ଦିଷ୍ଟ ଦର ଧାର୍ଯ୍ୟ କରିବା ପରେ ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଫଳରେ, ଏଣିକି ଆଉ ଔଷଧ ଦୋକାନୀ ଭିନ୍ନଭିନ୍ନ ଦର କଷିପାରିବେ ନାହିଁ। ସାଧାରଣ ରୋଗୀ ବା ସମ୍ପର୍କୀୟ ମଧ୍ୟ ହଟହଟା ହେବେ ନାହିଁ । ପ୍ରତି ଔଷଧ ଦୋକାନରେ ଦର ଚିଠା ଲାଗିବ । ତାହା ପୁଣି ସମାନ ଦର ରହିବ । ରାଜ୍ୟର ଯେକୌଣସି ସ୍ଥାନରୁ ଧାର୍ଯ୍ୟ କରାଯାଇଥିବା ଔଷଧ କିଣିଲେ ଦର ସବୁଠି ସମାନ ରହିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତାଲିକାକୁ ରାଜ୍ୟର ସମସ୍ତ ଔଷଧ ଦୋକାନରେ ଲଗାଯିବ । ବିଶେଷକରି ରକ୍ତଚାପ, ମଧୁମେହ, ହୃଦରୋଗ ଆଦି ବିଭିନ୍ନ ରୋଗର ୩୯ ଟି ଔଷଧର ଦର ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର। ଏହାକୁ ଆଧାର କରି ରାଜ୍ୟରେ ସମାନ ଦର କରାଯିବ ବୋଲି ଜଣାପଡ଼ିଛି।

 

Tags: