ଓଡ଼ିଶାରେ ୭ ନୂଆ ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ,ବ୍ୟୟ ଅଟକଳ ୫୫, ୭୮୩ କୋଟି ଟଙ୍କା

ଓଡ଼ିଶାରେ ୭ ନୂଆ ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ,ବ୍ୟୟ ଅଟକଳ  ୫୫, ୭୮୩ କୋଟି ଟଙ୍କା

ଭୁବନେଶ୍ବର: ଓଡ଼ିଶାରେ ୭ ନୂଆ ପ୍ରକଳ୍ପକୁ ସରକାରଙ୍କ ମଞ୍ଜୁରୀ । ୫୫ହଜାର ୭୮୩ କୋଟି ଟଙ୍କାର ୭ଟି ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୩ତମ ଉଚ୍ଚସ୍ତରୀୟ କ୍ଲିୟରାନସ ଅଥରିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି । ୭ ଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୧୪ହଜାର ୫୦୭ଜଣ ଯୁବକଯୁବତୀଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସମ୍ବନ୍ଧିତ ଖବର ଅଳିଆ ଉଠାଇବା ପାଇଁ ୟୁଜର୍ସ ଫି' ଲାଗୁ କରିବ ବିଏମସି

ଢେଙ୍କାନାଳରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ ।  JSW ଗ୍ରୁପ୍ ପକ୍ଷରୁ ୩୫ହଜାର କୋଟି ଟଙ୍କା ବ୍ୟୟରେ ଏକ ବଡ଼ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ।  ଏଥିରେ ୮,୦୦୦ ଲୋକଙ୍କୁ ଚାକିରି ମିଳିବ। ଗଞ୍ଜାମରେ ବିରଳ ମୃତ୍ତିକା ଶିଳ୍ପ ପ୍ରତିଷ୍ଠା ହେବ ।  ଜିନ୍ଦଲ ପଲି ଫିଲ୍ମସ ପକ୍ଷରୁ ୧୨ହଜାର କୋଟି ଟଙ୍କା ନିବେଶରେ ଏକ କାରଖାନା ହେବ, ଯାହା ୪,୦୦୦ ଲୋକଙ୍କୁ କାମ ଯୋଗାଇବ ।

ସମ୍ବନ୍ଧିତ ଖବର ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ,ମତ୍ସ୍ୟଜୀବୀଙ୍କୁ ବାରଣ

ଗଞ୍ଜାମରେ ଅଟୋ ପାର୍ଟସ କାରଖାନାକୁ ମିଳିଛି ମଞ୍ଜୁରୀ ।  ଟାୟାର ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ତିଆରି ପାଇଁ ୧,୬୯୭ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।  ଖୋର୍ଦ୍ଧାରେ ଆଧୁନିକ ବୈଷୟିକ ଜ୍ଞାନକୌଶଳରେ ସେମିକଣ୍ଡକ୍ଟର ତିଆରି ପାଇଁ ୧,୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ସମ୍ବନ୍ଧିତ ଖବର ମା'ଙ୍କ ମୃତ୍ୟୁ ଶଯ୍ୟାରେ ଟଳି ପଡିଲେ ପୁଅ

ଢେଙ୍କାନାଳରେ ଗ୍ୟାସ ପ୍ଲାଣ୍ଟ ଓ ବିଦ୍ୟୁତ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ ।  ଇନୋକ୍ସ ଏୟାର ପ୍ରଡକ୍ଟସ ପକ୍ଷରୁ ଏକହଜାର ୩ଶହ କୋଟିର ଗ୍ୟାସ ପ୍ଲାଣ୍ଟ ଏବଂ GMR ପକ୍ଷରୁ ୨ହଜାର ୧୩୬ କୋଟି ଟଙ୍କାରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବ ।  କେନ୍ଦୁଝରରେ ୨ହଜାର କୋଟି ଟଙ୍କା ବ୍ୟୟରେ ଫେରୋ ଆଲଏଜ କାରଖାନା ପ୍ରତିଷ୍ଠା ହେବ ।

ଅନ୍ୟପଟେ,ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଇ ଏଥିରେ ୮ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । ମିଳିଥିବା ସୂଚନା ଅନୁସାରେ ପଞ୍ଚାୟତିରାଜ ବିଭାଗ, ସାଧାରଣ ପ୍ରଶାସନ, ଅର୍ଥ ଓ ଜଳସମ୍ପଦ ବିଭାଗ ସମେତ ଅନ୍ୟ କେତେକ ବିଭାଗର ପ୍ରସ୍ତାବରେ ମୋହର ବାଜିବାର ସମ୍ଭାବନା ରହିଛି  । 

 

Tags: