ସ୍ମାର୍ଟ ମିଟର ଲଗାଇବାକୁ ସରକାରଙ୍କ ଘୋଷଣା
୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ମିଟର ବିଲ ଛାଡ ହେବ
ଭୁବନେଶ୍ବର : ସରକାର ଲଗାଇବେ ସ୍ମାର୍ଟ ମିଟର । କ୍ୟାବିନେଟ୍ ନିଷ୍ପତ୍ତି ପରେ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଏ ନେଇ ଗାଇଡଲାଇନ ଆଣିଲା ଶକ୍ତି ବିଭାଗ । ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ସବୁ ଉପଭୋକ୍ତାଙ୍କ ମିଟର ବିଲ ଛାଡ କଲେ ରାଜ୍ୟ ସରକାର । ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନକୁ ତ୍ୱରାନ୍ୱିତ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବଢ଼ାଇବା ଦୃଷ୍ଟିରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
୨ କିଲୋ ୱାଟ ପର୍ଯ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ । ଏହି ବାବଦକୁ ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା । ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ସେହିପରି ୨ ଲକ୍ଷ ୭୮ ହଜାର ୧୦୦ ଉପଭୋକ୍ତା ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗାଇବା ପାଇଁ ୮୮ କୋଟି ଟଙ୍କା ଖର୍ଚ୍ଚ ହେବ । ମାର୍ଚ୍ଚ ୨୦୨୫ ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତାଙ୍କୁ ମିଟର ଭଡ଼ା ବାବଦକୁ ୩୦୭ କୋଟି ଟଙ୍କା ବହନ କରିବେ ସରକାର ।
ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ । ସମ୍ପୃକ୍ତ DISCOM ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗତ ମାର୍ଚ୍ଚ ୨୪ ତାରିଖରେ ଦେଇଥିବା ଟାରିଫ୍ ଆଦେଶର ମିଟର ଭଡ଼ା ବାତିଲ କରିଛନ୍ତି ।



