ଧକ୍କା ଦେଲା ଗୁଗୁଲ ମ୍ୟାପ,ଟ୍ରକ ମାଡିଯାଇ ଭାଙ୍ଗିଲା ଘର

ଧକ୍କା ଦେଲା ଗୁଗୁଲ ମ୍ୟାପ,ଟ୍ରକ ମାଡିଯାଇ ଭାଙ୍ଗିଲା ଘର

ଭଦ୍ରକ : ପୁଣି ଭୁଲ ବାଟ ଦେଖାଇଲା ଗୁଗୁଲ ମ୍ୟାପ । ରାସ୍ତା ବଦଳରେ ଗାଁ ଭିତରକୁ ପଶିଗଲା ଟ୍ରକ ଇ ଟ୍ରକ ଧକ୍କାରେ ଭାଙ୍ଗିଲା ଘର। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ । ଆଜି ଭୋରରୁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଦିଗଛିଆରେ । କଟକରୁ ଏକ ଟ୍ରକ ଧାମରା ବନ୍ଦର ଅଭିମୁଖେ ଯାଉଥିଲା ।  ତେବେ ଡ୍ରାଇଭରଙ୍କୁ ରାସ୍ତା ଜଣା ନ ଥିବାରୁ ସେ ଗୁଗୁଲ ମ୍ୟାପ ଦେଖି ଗାଡି ଚଳାଉଥିଲେ ଇ ମାତ୍ର ଏହି ସମୟରେ ଗାଡିଟି ରାସ୍ତା ବଦଳରେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ଗାଁ ଭିତରକୁ ପଶିଯାଇଥିଲା । ଅଣଓସରିଆ ଗାଁ ଭିତରେ ବଡ଼ ଟ୍ରକଟି ଆଉ ବୁଲି ନ ପାରି ରମେଶ ଦାସଙ୍କ ଘର ଉପରେ ମାଡ଼ ହୋଇ ତାଙ୍କ ଘର ଆଜବେଷ୍ଟର ଭାଙ୍ଗି ଯାଇଥିଲା । ଏହା ଦେଖି ଗାଁ ଲୋକେ ବାଂଶଡ଼ା ଥାନା ପୋଲିସକୁ ଖବର ଦେଇଥିଲେ ।  ଘଟଣାସ୍ଥଳରେ ବାଂଶଡ଼ା ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଗାଡ଼ିକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇଏଏସ ଅଧିକାରୀ ଦେଓରଞ୍ଜନ ସିଂ

 

ସମ୍ବନ୍ଧିତ ଖବର ଆମବସରେ ଯାତ୍ରା କରି ସ୍ଥିତି ପରଖିଲେ କମିଶନର

Tags: