ବୃଦ୍ଧି ହେଲା ସୁନା ଦର,ରୂପା ଦରରେ ହ୍ରାସ
By: Samaya Live News
ଭୁବନେଶ୍ୱର : ସୁନା ବଜାରରେ ଅସ୍ଥିରତା । ବିବାହ ଋତୁରେ ଆକାଶଛୁଆଁ ହେଉଛି ସୁନା ଦର । ଆଜି ପୁଣି ବଢିଲା ସୁନା ଦର । ଦୁଇ ଦିନ ଦର ହ୍ରାସ ପାଇବା ପରେ ଆଜି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆଜି ୨୪କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ୍ ପ୍ରତି ୧୯୭୦ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୫୭ହଜାର ୯୦୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୫୫ହଜାର ୯୩୦ଟଙ୍କା ରହିଥିଲା ।
ସେହିପରି ୨୨କ୍ୟାରେଟ ସୁନାର ଦାମ୍ ୧୦ ଗ୍ରାମପ୍ରତି ୧୮ଶହ ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୪୪ହଜାର ୭୫୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍ ୧ଲକ୍ଷ ୪୨ହଜାର ୯୫୦ଟଙ୍କା ରହିଥିଲା ।
ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଛି । ରୂପା ଦର ୫ହଜାର ଟଙ୍କା ହ୍ରାସ ପାଇ କିଲୋଗ୍ରାମ୍ ପିଛା ୨ଲକ୍ଷ ୭୫ ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ପିଛା ୨ଲକ୍ଷ ୮୦ହଜାର ଟଙ୍କା ରହିଥିଲା । ବାରମ୍ବାର ସୁନାର ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସମ୍ବନ୍ଧିତ ଖବର ୧୨ ତାରିଖରୁ ୬ଟି ସ୍ଥାନରେ ବନ୍ଦ ହେବ ଇକୋରିଟ୍ରିଟ୍
Tags:



