ପୁଣି ବଢ଼ିଲା ସୁନା ଦର

ପୁଣି ବଢ଼ିଲା ସୁନା ଦର
Samaya Live News Picture
Published On

ଭୁବନେଶ୍ୱର : ଯୁଦ୍ଧ ବିରତି ଘୋଷଣା ପରେ ସୁନା-ରୁପା ମୂଲ୍ୟରେ ହ୍ରାସ ହୋଇଥିଲା । ମାତ୍ର ୩ ଦିନ ପରେ ପୁଣି ବଢିଚାଲିଛି ସୁନା ଦର । ସୁନା ଦର ବୃଦ୍ଧି ପୁଣି ଗ୍ରାହକଙ୍କୁ ଝଟକା ଦେଇଛି ।

ଆଜି  ମାର୍ଚ୍ଚ ୨୮ରେ ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୧,୪୮,୦୯୦ ଟଙ୍କା ରହିଛି। ଗତକାଲି ୧,୪୫,୫୮୦ ଟଙ୍କା ଥିଲା। ଏଥିରେ ୨,୫୧୦ ଟଙ୍କା ବୃଦ୍ଧି ପାଇଛି।

୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୩୫,୭୫୦ ଟଙ୍କା ରହିଛି। ଗତକାଲି ୧,୩୩,୪୫୦ ଟଙ୍କା ଥିଲା। ଏଥିରେ ୨,୩୦୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍ ୧୦ ଗ୍ରାମ ସୁନା ଦାମ୍ ୧,୧୧,୦୭୦ ଟଙ୍କା ରହିଛି । ଗତକାଲି ଏହା ୧,୦୯,୧୯୦ ଟଙ୍କା ଥିଲା। ଏଥିରେ ୧,୮୮୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୨୫,୦୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ୨୪,୫୦୦ ଟଙ୍କା ଥିଲା। ଏଥିରେ ୫୦୦ ଟଙ୍କା ବୃଦ୍ଧି ହୋଇଛି ।

 

 

Tags: