ସୁନା ବଜାରରେ ଅସ୍ଥିରତା,ଆଜି ପୁଣି ଖସିଲା ଦର

ସୁନା ବଜାରରେ ଅସ୍ଥିରତା,ଆଜି ପୁଣି ଖସିଲା ଦର

ଭୁବନେଶ୍ୱର : ଗତ ୩ ଦିନ ଧରି ଲଗାତାର ସୁନା-ରୁପା ଦର ହ୍ରାସ ହେଉଥିବା ବେଳେ ଗତ କାଲି ପୁଣି ହଠାତ ୬ ହଜାରରୁ ଉର୍ଦ୍ଧ୍ବ ବୃଦ୍ଧି ପାଇଥିଲା ଦର । ତେବେ ଆଜି ସକାଳେ ସେୟାର ମାର୍କେଟ ଖୋଲିବା ମାତ୍ରେ ୨୪କ୍ୟାରେଟ ସୁନାର ମୂଲ୍ୟ ୫ହଜାର ହ୍ରାସ ପାଇଛି । ୧୦ଗ୍ରାମ ପିଛା ୨୪କ୍ୟାରେଟ୍‌ ସୁନାର ଦାମ୍‌ ୧ଲକ୍ଷ ୫୪ହଜାର ୫୭୦ ହୋଇଛି । ଗତକାଲି ଏହା ୧ଲକ୍ଷ ୫୯ହଜାର ୫୯୦ ରହିଥିଲା ।

ସମ୍ବନ୍ଧିତ ଖବର ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ସେହିପରି ୨୨କ୍ୟାରେଟ ସୁନା ୪ହଜାର ୬୦୦ କମିଛି । ୧୦ଗ୍ରାମ୍‌ ପିଛା ୨୨କ୍ୟାରେଟ୍‌ ସୁନାର ଦାମ୍‌ ୧ଲକ୍ଷ ୪୧ହଜାର ୭୦୦ ହୋଇଛି । ଗତକାଲି ଏହା ୧ଲକ୍ଷ ୪୬ହଜାର ୩୦୦ ହୋଇଥିଲା ।

ସମ୍ବନ୍ଧିତ ଖବର ସରିଲା କ୍ୟାବିନେଟ,୧୨ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର

ଅନ୍ୟପଟେ ସୁନା ସାଙ୍ଗକୁ ରୂପ ଦରରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଆଜି ରୂପା ଦର କେଜି ପିଛା ପୁଣି ୨୦ହଜାର ଟଙ୍କା କମି ୩ଲକ୍ଷରେ ପହଞ୍ଚିଛି । ତେବେ ଗତକାଲି ରୂପା ଦର ୨୦ ହଜାର ବୃଦ୍ଧି ପାଇ ୩ଲକ୍ଷ ୨୦ହଜାର ଟଙ୍କା ରହିଥିଲା । ସୁନା ଦରରରେ ଲଗାତାର ବୃଦ୍ଧିପାଉଥିବା ଅସ୍ଥିରତାକୁ ନେଇ ଚିନ୍ତାରେ ଅଛନ୍ତି ଗ୍ରାହକ ।

ସମ୍ବନ୍ଧିତ ଖବର ଆଲିଆଙ୍କ ପ୍ରଶଂସା

 

Tags: