ଦେଢ଼ ଲକ୍ଷ ପାର କଲା ସୁନା ଦର

ଦେଢ଼ ଲକ୍ଷ ପାର କଲା ସୁନା ଦର

ଭୁବନେଶ୍ୱର : ଦିନକୁ ଦିନ ଡ଼ରାଇଲାଣି ସୁନା । ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ତା ସାଙ୍ଗକୁ ତାଳ ଦେଇ ବଢିଚାଲିଛି ରୂପା ଦର । ସୁନା ରୂପ ଦର ଦେଖି ଛାନିଆ ଗ୍ରାହକ । ସପ୍ତାହକ ଭିତରେ ୧୦ ହଜାର ବଢିଛି ସୁନା । ଆଜି ଭୁବନେଶ୍ୱର ବଜାରରେ ସୁନା ଦର  ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଏକା ଥରକେ ଦେଢ଼ ଲକ୍ଷ ଟଙ୍କା ପାର କରି ୧.୫୯ ହଜାର ଟଙ୍କାରେ ପହଁଚିଛି । ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧ ଲକ୍ଷ ୪୧ ହଜାର ୯ଶହ ଟଙ୍କା ରହିଛି । ତା' ସାଙ୍ଗକୁ ୧୮ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧ ଲକ୍ଷ ୧୬ ହଜାର ଟପିଛି I ରୂପା ଦର ନକହିବା ଭଲ । ସୁନାକୁ ତାଳ ଦେଇ ଆଜି ରୂପା କିଲୋ ୩ ଲକ୍ଷ ୪୦ ହଜାରରେ ବିକ୍ରି ହୋଇଛି । ମାସକ ଭିତରେ ଲକ୍ଷେ ଟଙ୍କାରୁ ଅଧିକ ବଢିଛି ରୂପା ଦର । ଖାଲି ସେତିକି ନୁହେଁ, ମଧ୍ୟପ୍ରାଚ୍ୟ ଦେଶରେ ଅସ୍ଥିରତା ସ୍ଥିତି ଲାଗି ରହିବାରୁ ସୁନା ଓ ରୁପା ପରି ମୂଲ୍ୟବାନ ଧାତବ ପରିବହନ ମଧ୍ୟ ପ୍ରଭାବିତ ହୋଇଛି । ଫଳରେ ଚାହିଦା ତୁଳନାରେ ଷ୍ଟକ କମି ଆସୁଛି । ଚୀନ, ଆମେରିକା, ଜାପାନର କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁନା କିଣି ଷ୍ଟକ ରଖିଚାଲିଛନ୍ତି । ଗ୍ରିନଲ୍ୟାଣ୍ଡ ଦଖଲ କରିବାକୁ ଟ୍ରମ୍ପଙ୍କ ଜିଦରେ ଇଉରୋପ ରାଷ୍ଟ୍ରସମୂହ ବିରୋଧ କରୁଛନ୍ତି । ନାଟୋ ଓ ଜାତିସଂଘକୁ ମଧ୍ୟ ଏକ ପ୍ରକାର ଅପ୍ରାସଙ୍ଗିକ କରିବାକୁ ପଛାଇନାହାନ୍ତି ଆମେରିକା ରାଷ୍ଟ୍ରପତି । ଆଗାମୀ ଦିନରେ ସୁନା ଓ ରୁପା ଦର ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି । 

ସମ୍ବନ୍ଧିତ ଖବର ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରୱାନା ଜାରି

Tags: