ସାମାନ୍ୟ ଥଣ୍ଡା ପଡିଲା ସୁନା ବଜାର,ଲଗାତାର ୨ୟ ଦିନରେ କମିଲା ଦର

ସାମାନ୍ୟ ଥଣ୍ଡା ପଡିଲା ସୁନା ବଜାର,ଲଗାତାର ୨ୟ ଦିନରେ କମିଲା ଦର

ଭୁବନେଶ୍ୱର : ଲଗାତାର ୨ୟ ଦିନରେ କମିଛି ସୁନା ଦର । ଦିନ କେଇଟାରେ ସୁନା ବଜାରରେ ସୁନାମି ମାଡି ଆସିଥିବାବେଳେ ଏବେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଗତକାଲି ଠାରୁ ଆଜି ମଧ୍ୟ ୨୪ କ୍ୟାରେଟ୍‌ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି । ଫଳରେ ୧୦ଗ୍ରାମ୍‌ ପିଛା ୨୪କ୍ୟାରେଟ ସୁନା ଦର ୧ଲକ୍ଷ ୬୦ହଜାର ୫୮୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୧ ଲକ୍ଷ ୬୯ ହଜାର ୨୦୦ ଟଙ୍କା ରହିଥିଲା । 

ସମ୍ବନ୍ଧିତ ଖବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ

ସେହିପରି ଆଜି ୨୨ କ୍ୟାରେଟ ସୁନାଦର ୧୦ ଗ୍ରାମ ୭ହଜାର ୯୦୦ଟଙ୍କା କମି ଆଜି ଏହା ୧୦ଗ୍ରାମ୍‌ ପିଛା ୧ଲକ୍ଷ ୪୭ ହଜାର ୨୦୦ରେ ରହିଛି । ଗତକାଲି ୨୨କ୍ୟାରେଟ ସୁନାର ଦାମ ୧ଲକ୍ଷ ୫୫ହଜାର ରହିଥିଲା । 

ସମ୍ବନ୍ଧିତ ଖବର କେନ୍ଦ୍ରାପଡ଼ାରୁ ୩ ବାଂଲାଦେଶୀ ଦେଶାନ୍ତର

୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୨୪ ହଜାର ୯୦୦ ଟଙ୍କା ଥିବା ବେଳେ ଆଜି ୬ ହଜାର ୪୬୦ ଟଙ୍କା କମି ୧ ଲକ୍ଷ ୨୦ ହଜାର ୪୪୦ ଟଙ୍କା ହୋଇଛି । ଦେଖିବାକୁ ଗଲେ ଗତ ୨ ଦିନ ମଧ୍ୟରେ ୧୬ ହଜାରରୁ ଉର୍ଦ୍ଧ୍ବ ଖସିଛି ସୁନା ଦର ।  

ସମ୍ବନ୍ଧିତ ଖବର ରାଜଧାନୀରେ ୨ଟି ସ୍ଥାନରେ ବାଣ ବିସ୍ଫୋରଣ,୨ ମୃତ ୭ ଗୁରୁତର

ଅନ୍ୟପଟେ ସୁନା ସାଙ୍ଗକୁ ରୂପାର ଭାଉ ମଧ୍ୟ ଆକାଶଛୁଆଁ ହୋଇଥିଲା । ତେବେ ଦଶନ୍ଧିରେ ସର୍ବାଧିକ ଖସିଛି ରୂପା ଦର । ରୂପା କେଜି ପିଛା ୫୫ହଜାର ହ୍ରାସ ପାଇ ୩ଲକ୍ଷ ୫୦ହଜାର ଟଙ୍କା ହୋଇଛି । ଗତକାଲି କେଜି ପ୍ରତି ୪ଲକ୍ଷ ୫ହଜାର ଦର ରହିଥିବା ବେଳେ ଆଜି ଏହା ହ୍ରାସ ପାଇ ୩ଲକ୍ଷ ୫୦ହଜାର ଟଙ୍କା ହୋଇଛି । 


 

Tags: