ସୁନା ବଜାରରେ ସୁନାମି,୨ ଲକ୍ଷ ମୁହାଁ ଦର

ସୁନା ବଜାରରେ ସୁନାମି,୨ ଲକ୍ଷ ମୁହାଁ ଦର

ଭୁବନେଶ୍ୱର : ସୁନା ବଜାରରେ ସୁନାମି । ଏଣିକି ସୁନା କିଣିବା ହୋଇଯିବ ସ୍ବପ୍ନ । ଗୋଟିଏ ଦିନରେ ୧୧ ହଜାର ଟଙ୍କା ଦର ବୃଦ୍ଧି ହୋଇ ସର୍ବକାଳୀନ ରେକର୍ଡ କରିଛି ସୁନା । ଚାହୁଁ ଚାହୁଁ ଦିନ କେଇଟାରେ ୨ ଲକ୍ଷ ଆଡକୁ ମୁହାଇଲାଣି ସୁନା ଦର । ସେହିପରି ରୁପାର ମଧ୍ୟ ଭାଉ କିଛି କମ ନାହିଁ ।  ଆଜି କେଜି ପିଛା ୨୫ ହଜାର ପାର କରି ୪ ଲକ୍ଷ ୨୫ ହଜାର ଟଙ୍କା ହୋଇଛି ରୂପା ଦର । ଗତ ଚାରି ଦିନରେ ରୁପା କେଜି ୬୦ ହଜାର ଟଙ୍କା ବଢ଼ିଛି । ଚଳିତ ମାସ ୨୩ ତାରିଖ ପରଠାରୁ ରୁପା ଦର ଲଗାତାର ଭାବେ ବୃଦ୍ଧି ପାଉଛି । ଏହି ୭ ଦିନରେ ତାହା ୮୫ ହଜାର ଟଙ୍କା ମହଙ୍ଗା ହୋଇଛି । 

ସମ୍ବନ୍ଧିତ ଖବର କ୍ଲାସ ନକରି ଖଟି କଲେ ଆଧ୍ୟାପକଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଆଜି ସୁନା ବଜାରରେ ୨୪ କ୍ୟାରେଟ ସୁନା ଦାମ ଏକା ଥରକେ ୧୧ ହଜାର ୭୭୦ ଟଙ୍କା ବୃଦ୍ଧି ପାଇଁ  ୧,୭୮,୮୫୦ ଟଙ୍କାରେ ପହଞ୍ଚିଥିବାବେଳେ ୨୨ କ୍ୟାରେଟ ସୁନା ଦାମରେ ୧୦ ହଜାର ୮୦୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ଓ ୧୮ କ୍ୟାରେଟ ସୁନାର ମୂଲ୍ୟ ୧,୩୪,୧୪୦ ଟଙ୍କା ରହିଛି । 

ସମ୍ବନ୍ଧିତ ଖବର ନବୀନ ନିବାସରେ କଳିକେଶଙ୍କୁ ନେଇ ଚର୍ଚ୍ଚା !

Tags: